ଗୁମ୍ମା(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ଢ଼େପସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜୀବା ଗ୍ରାମ ଢ଼େପ ସାହିର ବାସିନ୍ଧା ଗାନ୍ଧୀ ପ୍ରଧାନଙ୍କ ରାହୁଲ ପ୍ରଧାନ(୫) ଗତ କାଲି ସାହିପାଖରେ ଥିବା ଏକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ପାଞ୍ଚ ଘଣ୍ଟା ସମୟରେ ରାହୁଲ ଖେଳିବାକୁ ଯାଉଛି କହି ଘରୁ ବାହାରିଲା ତାପରେ ଆଉ ଫେରିନଥିଲେ l ବହୁତ ଖୋଜାଖୋଜି ପରେ ନ ପାଇବାରୁ ଥାନାରେ ଜଣାଇଥିଲେ ପରିବାରର ସଦସ୍ୟ । ପୁଲିସ ଆସି ଖୋଜାଖୋଜି ପରେ ସାହି ପାଖର ନାବାଳକଙ୍କ ପୋଖୋରୀରେ ବୁଡିଯାଇ ମୃତ୍ୟୁ ଘଟିଥିବା ସନ୍ଧାନ ପାଇଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ବଡ଼ ମେଡିକାଲକୁ ପଠାଇଥିଲା । ଆଜି ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯାଇଛି । ଗାନ୍ଧୀ ପ୍ରଧାନଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ । ଏକମାତ୍ର ପୁଅକୁ ହରାଇ ପିତା ଗାନ୍ଧୀ ମର୍ମାହତ ହୋଇଛନ୍ତି । ଗାନ୍ଧୀ ଅତ୍ୟନ୍ତ ଗରିବ l ଗ୍ରାମରେ କାମ ଧନ୍ଦା ନ ପାଇ ତାମିଲନାଡୁରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ।