୫୯ନଂ ଜାତୀୟ ରାଜପଥର ବାଇମାଲା ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ୬ ଘଣ୍ଟାର ରାସ୍ତା ଅବରୋଧ: ପ୍ରତିଶୃତି ମିଳିବା ପରେ ହଟିଲା ରାସ୍ତା ରୋକ, ପର୍ଯ୍ୟଟକ ଓ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ…..
ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବାଇମାଲା ତନଖି ଫାଟକ ଠାରେ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଥିଲା l ଜାତୀୟ ରାଜପଥର ଅଡାମାହା ଠାରୁ ପିପଳପଙ୍କା ପର୍ଯ୍ୟନ୍ତ ପ୍ରାୟ ୨୬କିମି ଘାଟି ରାସ୍ତାର ପ୍ରଶସ୍ତି କରଣରେ ଅହେତୁକ ବିଳମ୍ବ ହେଉ ଥିବା ଓ ଡବଲ ଇଞ୍ଜିନ ସରକାର ତରବରିଆ ଭାବେ ଉକ୍ତ ରାସ୍ତାର ଭିତ୍ତିପ୍ରସ୍ତ ସ୍ଥାପନ କରି ଦୀର୍ଘ ଦିନ ହେଲା ଉକ୍ତ କାର୍ଯ୍ୟ ଆରମ୍ଭ ନ କରିବା ଓ ଜାତୀୟ ରାଜପଥ ପାର୍ଶ୍ଵ ଥିବା ଷ୍ଟ୍ରିଟ ଲାଇଟର ମରାମତି ଆଦି ଦାବୀ ନେଇ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ନିଷ୍ପତ୍ତି ନେଇ ଗତ ୧୦ତାରିଖ ଦିନ ଏକ ଖବର ଦାତା ସମ୍ମିଳନୀ ଜରିଆରେ ପ୍ରକାଶ କରାଯାଇ ଥିଲା l ତେବେ ଆଜ ପର୍ଯ୍ୟନ୍ତ ଡବଲ ଇଂଜିନ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଏହାକୁ ପ୍ରତିବାଦ କରି ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆ ଯାଇଥିଲା,ଏହି ରାସ୍ତା ଟି କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବାରୁ ଆଜିର ଏହି ରାସ୍ତା ରୋକ କାର୍ଯ୍ୟକ୍ରମରେ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ଭଗବାନ ପଣ୍ଡା, ସୋରଡ଼ା ସମିତି ଅଧ୍ୟକ୍ଷ ସମିତି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଦାରିଙ୍ଗବାଡି ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ୧୦ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ ସମେତ ସୋରଡ଼ା ଓ ଦାରିଙ୍ଗବାଡି ବ୍ଲକର ବହୁ ନେତା କର୍ମୀ ଓ ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଭିକ୍ଷୋଭ କାରୀମାନେ ସକାଳ ୬ଘଣ୍ଟାରୁ ରାସ୍ତା ରୋକ କରିଥିବା ବେଳେ ପର୍ଯ୍ୟଟକ ଓ ପିକନିକ ପାର୍ଟି ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡା ଏସ୍ଡ଼ିପିଓ ଭୋସେଲ ଶୁଭମ ସଞ୍ଜୟ, ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର, ଦାରିଙ୍ଗବାଡି ଡ଼ିଏସପି କନକ ମାଝୀ, ସୋରଡ଼ା ଆଇଆଇ ସି ସୁନୀଲ କୁମାର ପ୍ରଧାନ ସଦଳବଳେ ଘଟଣା ସ୍ଥଳ ରେ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଆନ୍ଦୋଳନ କାରୀମାନେ ନିଜ ଜିଦରେ ଅଟଳ ରହିଥିଲେ l ପରେ ବ୍ରହ୍ମପୁର ଜୋନର ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ତିନି ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।