କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ପୁଲିସ ନାକା ବେଳେ ଧରା ପଡିଲା ଗଂଜେଇ ବୋଝେଇ ଚେବରଲେଟ କାର l ତୁମୁଡିବନ୍ଧ ଥାନା ସବ ଇନ୍ସପେକ୍ଟର ସର୍ବେଶ୍ୱର ଖାଡେଙ୍ଗାଙ୍କ ଗଂଜେଇ ଚେକିଂ ବେଳେ ଖଣ୍ଡିଆଗୁଡା ଆଡୁ ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଚେବରଲେଟ କାର କ୍ଷିପ୍ର ଗତିରେ କୋଟଗଡ ବଜାର ଆଡକୁ ଆସିବା ବେଳେ କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦେଶକ୍ରମେ ସବଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କୋଟଗଡ ପୁଲିସ ଟିମ ସେଣ୍ଟ୍ରାଲ ଫରେଷ୍ଟ ନର୍ସରୀ ନାକା ଗେଟରେ ଗାଡିଟିକୁ ମାଡ଼ି ବସିଥିଲା l ଜାଂଚ ବେଳେ ଗାଡ଼ିରୁ ୨୫ କିଲୋ ଗଂଜେଇ ସହ ଚାଳକ ଶଙ୍କର ନିୟାଲ ଓ ବିସିକେଶନ ବିଭାର ନାମକ ଦୁଇ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୁଲିସ l ତେଵେ ଗାଡି ଚାଳକ ଜଣକ ଗୃହରକ୍ଷୀ ହୋଇ ଗଂଜେଇ ବେପାରରେ ଲିପ୍ତ ଥିବାରୁ ଲାଞ୍ଜିଗଡ ଥାନାରୁ ନିକଟରେ ବିଜିପୁର ଥାନାକୁ ବଦଳୀ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ଦେଇଛି ପୁଲିସ l ହେଲେ ନିଜ ଚାକିରୀରେ ସନ୍ତୁଷ୍ଟ ନ ଥିବା ଚାଳକ ଗୃହରକ୍ଷୀ ଶଙ୍କର ନିୟାଲ ପୁଣି ଗଂଜେଇ ଚାଲାଣ କରି କୋଟଗଡ ପୁଲିସ ହାବୁଡ଼ରେ ପଡି ଗିରଫ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି l ଏହି ଘଟଣାକୁ ନେଇ କୋଟଗଡ ଥାନା କେସ ନମ୍ବର ୧୪୭/୨୫ରେ ମାମଲାରୁଜୁ କରି ଗାଡି ନଂ ଡବ୍ଲୁ ବି ୨୩ଡି ୨୦୦୨ ସିମେଣ୍ଟ କଲର ଚେବରଲେଟ ଗାଡିକୁ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ l କୋଟଗଡ ତହସିଲଦାର ଭୋଳାନାଥ ମାଝୀଙ୍କ ଉପସ୍ଥିତିରେ ୨୫ କିଲୋ ଗଂଜେଇ ପରିମାଣ ନିରୂପଣ କରାଯାଇଥିବା ଦେଖିବାକୁ ମିଳିଛି l ହେଲେ ଗାଡି କୋଟଗଡରୁ ରାୟଗଡା ଅଭିମୁଖେ ଯାଉଥିବା ଜଣାପଡିଛି l ପେଟ୍ରୋଲିଙ୍ଗ ବେଳେ ଭୀମସେନ ମୁଟକା ଓ ପୁଲିସ ଟିମ ଉପସ୍ଥିତ ଥିଲେ l