ଋଷିମାଳ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଘାଟିତ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ୨୦୨୫ -୨୬ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ  ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଇତିହାସ ଅଧ୍ୟାପକ ରାଜୁ ସିଂ ଓ ସମ୍ମାନିତ ଅତିଥିଭାବେ ଯୁକ୍ତ ତିନି ବିଭାଗର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକ, ଅର୍ଥନୀତି ବିଭାଗ ଅଧ୍ୟାପକ ସନ୍ତୋଷ ନାହକ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ବଳିଆର ସିଂ କ୍ରୀଡ଼ା ମହୋତ୍ସବର ମଶାଲ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଉଦବୋଧନ ଦେଇ ଦୁଇ ଦିନିଆ କ୍ରୀଡ଼ା ଉତ୍ସବ ପାଳନର ଘୋଷଣା କରିଥିଲେ, ପାଠ ପଢା ଜୀବନରେ କ୍ରୀଡ଼ା ଖେଳ କୁଦ ନାଚ ଗୀତ ମାଧ୍ୟମ ରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବାର ଏକ ବଳିଷ୍ଟ ମାଧ୍ୟମ l ଏଣୁ କ୍ରୀଡ଼ାରେ ଅଂଶ ଗ୍ରହଣ କରି ଉତ୍ତମ ଖେଳ ପ୍ରଦର୍ଶନ କରିବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ l କ୍ରୀଡ଼ା ପ୍ରଶିକ୍ଷକ ରବି ନାରାୟଣ ପାଢ଼ୀଙ୍କ ତତ୍ୱାବଧାନରେ ଅନ୍ୟ ବିଦ୍ୟାଳୟରୁ ଆସିଥିବା  କ୍ରୀଡ଼ା ଶିକ୍ଷକ ଓ  କଲେଜ ର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।