ବ୍ରାହ୍ମଣୀଗାଁରେ ବିଶ୍ଵ ମାନବାଧିକାର ଦିବସ – ୨୦୨୫ ପାଳିତ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ବିଶ୍ଵ ମାନବାଧିକାର ଦିବସ -୨୦୨୫ ପାଳନ କରାଯାଇଛି ।  ଏହି ଅବସରରେ କନ୍ଧମାଳ ଜିଲ୍ଲା ଯୁଗ୍ମ ସଂଯୋଜକ ମନବାଧିକାର କର୍ମୀ ବିକ୍ରମ ବସ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ରାଜ ନେତା, ସମାଜ ସେବୀ, ପୁଲିସ ପ୍ରଶାସନ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗ ଦେଇ ଆମ ଅଞ୍ଚଳରେ ମାନବାଧିକାର ବଜାୟ ରଖିବା ସମ୍ପର୍କରେ ଆଲୋଚନା କରିଥିଲେ । ୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭା ଦ୍ୱାରା ସର୍ବଭୌମ ମାନବାଧିକାର ଘୋଷଣାନାମା  ଗୃହୀତ ହୋଇଥିଲା l ଯାହା ସମସ୍ତ ମାନବଙ୍କ ଅଧିକାର ପାଇଁ ଏକ ମୌଳିକ ଦଲିଲ ଅଟେ l ସେହି ଦିନ ଠାରୁ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖକୁ ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରାଯାଉ ଥିବା ବେଳେ ଦୁର୍ଗମ ଅଞ୍ଚଳର ଲୋକେ ମାନବ ଅଧିକାର ସମ୍ପର୍କରେ ଅଜ୍ଞ ରହୁ ଥିବାରୁ ଆଜି ଦିନରେ ସମସ୍ତ ବର୍ଗର ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ସହ ନିଜ ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ କିଭଳି କାର୍ଯ୍ୟ କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇ ଥିଲା ।