ଗାଜଲବାଡ଼ି ଘାଟି ରାସ୍ତା ଉନ୍ନତିକରଣରେ ବିଳମ୍ବ: ବଢୁଛି ଜନ ଅସନ୍ତୋଷ, ଆସନ୍ତା ୧୭ ତାରିଖରେ ୧୨ଘଣ୍ଟିଆ ବନ୍ଦ ପାଳନ କହିଲେ ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ…..
ଦାରିଙ୍ଗବାଡି(ଅଶୋକ ସିଂ): ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାର ଉନ୍ନତିକରଣ ଦାବୀରେ ଆସନ୍ତା ୧୭ ତାରିଖ ଦିନ ବିଜେଡ଼ି ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇ ଥିବା ନେଇ ବୁଧବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବାଚସ୍ପତି ତଥା ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ପ୍ରକାଶ ଯୋଗ୍ୟ ଯେ ଓଡିଶା ରାଜ୍ୟ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦେଇ ଛତିଶଗଡ଼ ରାଜ୍ୟ ରାୟପୁରକୁ ସଂଯୋଗ କରୁଥିବା ୫୯ନଂ ଗାଜଲବାଡ଼ି ଘାଟି ରାସ୍ତାର ପ୍ରାୟ ୨୪କିମି ରାସ୍ତା ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ୭୧୮କୋଟି ଅର୍ଥ ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲାଣି ଘାଟି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହୋଇ ପାରୁ ନାହିଁ । ଯାହାରୀ ଫଳରେ ଉକ୍ତ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହେଉଛି । ଉକ୍ତ ଘାଟିରେ ମାଲ ବାହୀ ଗାଡ଼ି, ଭାରି ଯାନ, ଯାତ୍ରୀ ବାହି ବସ ଚଳାଚଳ ସମ୍ପୂର୍ଣ ବାଧା ପ୍ରାପ୍ତ ହେଉଛି l ଘାଟି ରାସ୍ତା ବିପଦ ସଂକୁଳ ଅବସ୍ଥାରେ ଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରିବାକୁ ଡ୍ରାଇଭରମାନେ ଅମଙ୍ଗ ହେଉଥିବା ଜଣା ପଡ଼ିଛି । ଉଭୟ ରାଜ୍ୟର ବାଣିଜ୍ୟ ବ୍ୟବସାୟରେ ମଧ୍ୟ ବାଧକ ସାଜୁଛି ସେହି ଘାଟି ରାସ୍ତା। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏହି ଘାଟି ରାସ୍ତା କାର୍ଯ୍ୟ ଆଗକୁ ବଢ଼ି ପାରୁ ନଥିବାରୁ ପୂର୍ବତନ ବାଚସ୍ପତି ତଥା ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କ୍ଷୋଭ ପ୍ରକାଶ କରିବା ସହ ଉକ୍ତ ରାସ୍ତା ର ଉନ୍ନତିକରଣ ଦାବୀ ରେ ଆସନ୍ତା ୧୭ ତାରିଖରେ ବିଜେଡ଼ି ଦଳ ପକ୍ଷରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ କରିବାର ନିଷ୍ପତ୍ତି ନିଆ ଯାଇଥିବା ବେଳେ ଜାତି ଧର୍ମ ବର୍ଣ୍ଣ ଓ ଦଳ ମତ ନିର୍ବିଶେଷରେ ସମସ୍ତ ଜନ ସାଧାରଣ ସହଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି । ଏହି ସମ୍ମିଳନୀରେ ସ୍ଥାନୀୟ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ୧୦ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ l