କଇଠପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା, ତିନି ଆହତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଠପଦର ଛକ ନିକଟରେ ଆଜି ସଂଧ୍ୟା ସାତଟା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣା ରେ 3 ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଜକରା ବନ୍ଦ ଗ୍ରାମର କୁନା ବୁରୁଜାଙ୍ଗ ଗ୍ରାମର ପୁରୁସ୍ତମ  ଏବଂ ମୋନଜ ବୋଲି ପ୍ରାଥମିକ ସୁଚନା ମିଳିଛି । ସୂଚନା ପ୍ରକାରେ ମନୋଜ ଏବଂ ପୁରୁଷୋତ୍ତମ ଛେଳି ମନ୍ଦା ପକାଇ ନିଜ ଗ୍ରାମ ବୁରୁଜଙ୍ଗକୁ ଯାଉଥିବା ବେଳେ ଅପର ପଟୁ ଅନ୍ୟ ବାଇକ ସହ ଧକ୍କା ହୋଇ ତିନି ବାଇକ ଆରୋହୀ ଛିଟିକି ପଡି ଆହାତ ହୋଇ ଯାଇଛନ୍ତି । ଅନ୍ୟ ଦୁଇ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ନିଜ ଘରକୁ ଫେରି ଯାଇଥିଲେ । ଅନ୍ୟ ଜଣେ ଆହାତଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଉଥିବା ବେଳେ ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଥିବା ସୁଚନା ମିଳିଛି