ଜୁନାଗଡରେ ନୂତନ ‘ମିଡିଆ କ୍ଳବ’ ଗଠିତ, ଆଦିତ୍ୟ ସଭାପତି ସମ୍ପାଦକ ଭାବେ ବିଜୟ ଚୟନ…..

ଜୁନାଗଡ(ଭବାନୀ ଗହିର): ଜୁନାଗଡ ଆର.ଏମ.ସି କନଫରେନ୍ସ ହଲ ଠାରେ ଜୁନାଗଡ ବ୍ଲକର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜୁନାଗଡ ବ୍ଲକର କୋଣଅନୁକୋଣରୁ ୨୫ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦାନ କରିଥିଲେ l ଏହି ବୈଠକରେ ସାମ୍ବାଦିକଙ୍କୁ ନେଇ ଏକ ସଙ୍ଘ ଗଠନ ଏବ୍ଂ  ସଂଘର ଏକ ନାମ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ପ୍ରସ୍ତାବ ଦେଇଥିଲେ  l ଏହି ପ୍ରସ୍ତାବ ଅନୁଯାଇ  ନୂତନ  ସଂଘର ନାମ ‘ମିଡିଆ କ୍ଲବ ଜୁନାଗଡ ’ ଭାବେ ଗଠନ ଓ ଘୋଷଣା କରାଯାଇଥିଲା । ଏହି ବୈଠକରେ ୨୫ରୁ ଉର୍ଦ୍ଧ ସାମ୍ବାଦିକ ସାମିଲ ହୋଇଥିଲେ । ବୈଠକରେ ସଂଘଠନର ଉପଦେଷ୍ଟା ଭାବେ ପ୍ରଶାନ୍ତ ପଣ୍ଡା, ଦେବେନ୍ଦ୍ର ବିଶି, ଉତ୍ତମ୍ ଦାଶ ଓ ମୁକେଶ ଅଗ୍ରୱାଲ  ମନୋନୀତ ହୋଇଥିଲେ । ଏହାପରେ ସଂଘଠନର ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ସଭାପତି ଭାବେ ଆଦିତ୍ୟ ପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ଦୁର୍ଯ୍ୟୋଧନ ମାଝୀ, ଉପ ସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ବିଜୟ ଭୁସନ୍ ଦଣ୍ଡସେନା ସହ ସମ୍ପାଦକ ଭାବେ ବାଲେଶ୍ଵର ସୁନାନୀ, କୋଷାଧ୍ୟକ୍ଷ ଭାବେ ସ୍ବାସ୍ତିଦୀପ ଆଦିତ୍ୟ ପ୍ରମୁଖଙ୍କୁ ଚୟନ କରାଯାଇଥିଲା l ଏହି ବୈଠକକୁ ବରିଷ୍ଟ ସାମ୍ବାଦିକ ମୁକେଶ୍ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକରେ ବରିଷ୍ଟ ସାମ୍ବାଦିକ ଉତ୍ତମ୍ ଦାଶ ସମସ୍ତ ସଦସ୍ୟ କିପରି ଏକଜୁଟ ହୋଇ ସଂଘକୁ ମଜବୁତ କରିବା ନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଏହି ସଂଘର ଏକ ଶକ୍ତିଶାଳୀ ସଂଘ ହେବ ବୋଲି ପରିପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ସଂଘଠନର ଆଗାମୀ କାର୍ଯ୍ୟପଦ୍ଧତି ବିଷୟରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକମାନେ ଏହି ସଂଘଠନ ଜୁନାଗଡର ସାମ୍ବାଦିକ ମହଳ ପାଇଁ ଏକ ସୁଦୃଢ଼ ମଞ୍ଚ ଭାବେ ପରିଣତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।