ରା.ଉଦୟଗିରି ଅବକାରୀ ବିଭାଗ ଦ୍ବାରା ଅଟୋ ସହ ୬୦ କେଜି ଗଞ୍ଜେଇ ଜବତ….

ରା ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପରିମଳ ଗ୍ରାମରୁ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । କୌଣସି ଏକ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ଥାନାଧିକାରୀ ସୁଦର୍ଶନ ବିଷୋୟୀ ତଥା ସ୍ଥାନୀୟ ଓ.ଆଇ.ସି ଏନ୍. ତିରୁପତି ରାଓ ଏବଂ ଅବକାରୀ ଟିମ୍ ମିଶି ସମ୍ବଲପୁର ଗ୍ରାମ ଠାରୁ ପରିମଳ ଗ୍ରାମକୁ ଯାଉଥିବା ଏକ ବଜ଼ାଜ଼ ଅଟୋରିକ୍ସା(ଏ.ପି. ୩୦ ୱାଇ ୮୯୬୮) ସହିତ ପ୍ରାୟ ୬୦ କିଲୋଗ୍ରାମ ଗଞ୍ଜେଇ (ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଆଠ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା) ଜବତ କରିବା ସହ ଅଟୋ ଚାଳକ ବାବିଳ ମାଳି (୩୫ ବର୍ଷ)କୁ ଗିରଫ କରିଥିଲେ । ଏନେଇ ରା.ଉଦୟଗିରି ଅବକାରୀ ଥାନାରେ କେସ୍ ସଂଖ୍ୟା ୬୨/୨୦୨୫-୨୬ରେ ରୁଜ୍ଜୁ କରିବା ସହ ଗିରଫ ଅଟୋଚାଳକକୁ ଜିଲ୍ଲା ଅଦାଲତରେ ହାଜର କରିଥିବା ସୂଚନା ମିଳିଛି ।