ବନ୍ଧ ଭାଙ୍ଗି ଫସଲ ସବୁ, ଚାଷୀ ହତାଶ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତ ଲାତୁରଗଡ ଗ୍ରାମର ଦୁଲୁଦୂଲୁ ବନ୍ଧ ଭାଙ୍ଗି ଅନେକ ଜମିର ଫସଲ ସବୁ ନଷ୍ଟ ହୋଇଛି l ଖବର ପାଇ ସେ ସ୍ଥାନକୁ ପାରଳା ବିଧାୟକ ରୂପେସ କୁମାର ପାଣିଗ୍ରାହୀ ପହଞ୍ଚି କ୍ଷୟ କ୍ଷତି ହୋଇଥିବା ଜମି ଗୁଡ଼ିକ ବୁଲି ଦେଖିଥିଲେ l ସେଠିକାର ଚାଷୀମାନେ ଆସି ବିଧାୟକଙ୍କୁ ନଷ୍ଟ ହୋଇଥିବା ଫସଲ ବିଷୟରେ ଅବଗତ କରିଥିଲେ ଏବଂ କ୍ଷୟ କ୍ଷତି ଜମି ପାଖକୁ ବିଧାୟକଙ୍କୁ ନେଲେ କ୍ଷତି ହୋଇ ଥିବା ଜମି ସବୁ ଦେଖେଇ ଥିଲେ l ଏବିଷୟରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇ ତୁରନ୍ତ କ୍ଷତିପୁରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ l ବିଧାୟକଙ୍କ ସହ ଏହି ଗ୍ରସ୍ତ ସମୟରେ ଏଇଇ ବିଭୁ ଚନ୍ଦନ ପୂଜାରୀ, ଏଇ ପ୍ରଶାନ୍ତ କୁମାର ମିଶ୍ର ଓ ପ୍ରିତମ ପାଳ ଉପସ୍ଥିତ ଥିଲେ ।