ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ଗୁମ୍ମା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ସୋଭନାପୁରମ୍ ଶ୍ରୀନିବାସ ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ୍ ମାରାଣ୍ଡି, ଜିପିଓ ଏସ ସୂର୍ଯନାରାୟଣ, ସାଂସଦ ପ୍ରତିନିଧି ସୋଭନାପୁରମ୍ ସେଶଗିରି ରାଓ, ବିଧାୟିକ ପ୍ରତିନିଧି ସୋଭନାପୁରମ୍ ପ୍ରସାଦ ରାଓ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ସଭାପତିତ୍ବ କରିଥିଲେ । ଜିପିଓ ଏସ ସୂର୍ଯନାରାୟଣ ପୂର୍ବ ବୈଠକର ମିନିଟ୍ ପଠନ କରିଥିଲେ । ବୈଠକରେ ପାନୀୟ ଜଳ ଓ ପରିମଳ, ଆବାସ ଗୃହ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ଶିକ୍ଷା, ବିଜୁଳି, କୃଷି,ଉଦ୍ୟାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ହୋଇନଥିବା, ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ କେନ୍ଦ୍ର ଥାଇ ପିଲା ବାହାରେ ଅନ୍ୟ ଜାଗାରେ ପାଠ ପଢୁଥିବା, ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ।