ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କୋଟଗଡ ହାଇସ୍କୁଲ ପ୍ରଧାନଶିକ୍ଷକ ନିଲମ୍ବିତ….

କୋଟଗଡ(ଦିପେନ୍ଦ୍ର ନାୟକ ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମଙ୍ଗଳ ବିଭାଗ ପରିଚାଳିତ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟଳୟ ପ୍ରଧାନଶିକ୍ଷକ ଗୋପାଳ ଜଗତ ନିଲମ୍ବିତ ହୋଇଛନ୍ତି l ନିଜ ହାଇସ୍କୁଲର ଜଣେ ଶିକ୍ଷିୟସ୍ତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ରି ସୂଚନା ଦେଇଛନ୍ତି l ଗୋପାଳ ଜଗତ ପ୍ରାୟ ଏକ ମାସ ପୂର୍ବେ ହାଇସ୍କୁଲର ଜଣେ ଶିକ୍ଷିସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା l ଶିକ୍ଷୟତ୍ରୀ ଜଣକ ବିଭାଗୀୟ ନିର୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଘଟଣାର ତଦନ୍ତ କରିବାକୁ ନିର୍ଦେଶକ କନ୍ଧମାଳ ଜିଲ୍ଲାପାଳଙ୍କୁ କହିଥିଲେ l ଜିଲ୍ଲାପାଳଙ୍କ ନିର୍ଦେଶରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତ ଦାସ, ପିଆଟିଡିଏ କୃପାସିନ୍ଧୁ ବେହେରା ଓ ଉପଖଣ୍ଡ ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ କୋଟଗଡ ଏହି ସରକାରୀ ଶିକ୍ଷା ଅନୁଷ୍ଠାନରେ ସବୁ ତଦନ୍ତ କରିଥିଲା l ଆଇଟିଡିଏ ପ୍ରକଳ୍ପ ପ୍ରଶାସନ ଓ ଡିସିପିଓ ମଧ୍ୟ ତଦନ୍ତ ଟିମରେ ସାମିଲ ହୋଇ ଥିଲେ l ଏହି ସରକାରୀ ଦଳ ପ୍ରଧାନଶିକ୍ଷକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୁଡିକୁ ବୁଝିବା ସହ ତଦନ୍ତ କରିଥିଲା l ଏହି ଟିମ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବିଭାଗୀୟ ନିର୍ଦେଶକଙ୍କୁ ପାଖକୁ ପଠାଯାଇଥିଲା l ବିଭାଗୀୟ ନିର୍ଦେଶକଙ୍କ ଚିଠି ନମ୍ବର 16337.1.11.2025 କ୍ରମେ ଶନିବାର ଗୋପାଳ ଜଗତଙ୍କୁ ନିଲମ୍ବିତ କରାଯାଇ ଥିବା ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି l ନିଲମ୍ବନ ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଲୟରେ ପ୍ରତିଦିନ ରିପୋର୍ଟ କରିବେ ବୋଲି ନିର୍ଦେଶ ରହିଛି l ସୂଚନା ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକାଧିକ ଅଭିଯୋଗ ମଧ୍ୟ ରହିଅଛି l ତେବେ ଏନେଇ ପ୍ରଧାନଶିକ୍ଷ ଶ୍ରୀ ଜଗତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l