ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗେରେଡା କ୍ଲଷ୍ଟର ଅନ୍ତର୍ଗତ କେପିଟି ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ସ୍ତରୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗେରେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ପ୍ରଧାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସପଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, ଶିକ୍ଷକ ରଘୁନାଥ ମହାପାତ୍ର, ଉଦ୍ଧବ ଚନ୍ଦ୍ର ସାହୁ, ଶିବାନନ୍ଦ ସାହୁ, ପ୍ରଭାତ କୁମାର ପ୍ରଧାନ ଏବଂ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ଗୁଣଗାନ କରି ତାଙ୍କ କୃତିତ୍ୱ ଓ ଅନୁଷ୍ଠାନ ପ୍ରତି ମମତା ବଖାଣି ଭବିଷ୍ୟତ ଜୀବନ ଉଜ୍ବଳମୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତୃତୀୟ ବର୍ଗର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଦୀର୍ଘ ୪୧ ବର୍ଷ ୩ ମାସ ଚାକିରୀ ଜୀବନ ଅତିବାହିତ କରିବା ପରେ ଅବସର ଗ୍ରହଣ କରିଛନ୍ତି । କୁଡୁତାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ରାଉତ ସଂଯୋଜନା କରିଥିବା ବେଳେ ସିଆରସିସି ମାଧବାନନ୍ଦ ସ୍ବାଇଁ ଆବାହନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେପିଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସେଠିଙ୍କ ସମେତ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ ।