ଭୂମୀ ହିନଙ୍କୁ କେବେ ମିଳିବ ଗୃହ? ପଲିଥିନ୍ ଭରଷାରେ ବିତୁଛି ଜୀବନ, ଆବାସ ଗୃହ ନିମନ୍ତେ ନିବେଦନ…

ଦାରିଙ୍ଗବାଡି(ଆଶୋକ ସିଂ): ମନୁଷ୍ୟ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ଓ ବାସଗୃହର ନିତାନ୍ତ ଆବଶ୍ୟକତା ରହିଛି l ସରକାର ମଧ୍ୟ ଏହି ମୌଳିକ ଆବଶ୍ୟକତାକୁ ପୁରଣ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି କୋଟି କୋଟି ଆର୍ଥ ବ୍ୟୟ ବରାଦ କରୁଛନ୍ତି l କିନ୍ତୁ କେତେକ ବିଶେଷ କାରଣରୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହେଉଛି l ଭୂମିହୀନ ଗରୀବ ଦିନ ମଜୁରିଆମାନେ ଆବାସ ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତର ୧୨ନଂ ୱାର୍ଡରେ । ସୂଚନା ଅନୁଯାୟୀ ଉକ୍ତ ୱାର୍ଡର ସଦାନନ୍ଦ ବଳିଆର ସିଂ ଆଜକୁ ପ୍ରାୟ ୩୦ ବର୍ଷ ହେବ ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି । ଟଙ୍କା ପଇସା ଅଭାବରୁ ମୁଣ୍ଡ ଗୁଞ୍ଜିବା ପାଇଁ ମାଟି କାଦୁଅରେ ନିଜେ ଏକ ଗୃହ ନିର୍ମାଣ କରି ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ରହୁଛନ୍ତି l ହେଲେ ଗତ ଲଗାଣ ବର୍ଷାରେ ଘରର ଗୋଟିଏ ପାଖ କାନ୍ଥ ଭୁଷୁଡି ପଡିବାରୁ ଅଳ୍ପକେ ଜୀବନ ବଞ୍ଚି ଯାଇ ଥିବା ବେଳେ ଉକ୍ତ ଘଟଣା ସ୍ଥାନୀୟ ଆରଆଇଙ୍କୁ ଜଣାଇଵାରୁ ତହସିଲ ପକ୍ଷରୁ ତୁରନ୍ତ ଏକ ପଲିଥିନ୍ ଯୋଗାଇ ଦିଆ ଯାଇ ଥିବା ବେଳେ ଆବାସ ଯୋଜନାରେ ଏକ ପକ୍କା ଗୃହ ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ । କିନ୍ତୁ ସଦାନନ୍ଦ ରହୁଥିବା ଘରଟି କୁଆଡେ ଗୋଚର ଜମିରେ ଥିବାରୁ ଓଡ଼ିଶା ରିଲିଫ୍ କୋଡ ଅନୁସାରେ ସେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରୁ ନଥିବା ବିଷୟ ସ୍ଥାନୀୟ ଆରଆଇଙ୍କ ରିପୋର୍ଟରୁ ଜଣା ପଡ଼ିଛି । ଉକ୍ତ ରିପୋର୍ଟ ପାଇବା ପରେ ସଦାନନ୍ଦ ଓ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରୁଥିବା ଲୋକ ପକ୍ଷରେ ଜାଗା କିଣି ଗୃହ ନିର୍ମାଣ କରିବା କେତେଦୂର ସମ୍ଭବ ? ଏଣୁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ସେ ଗୁହାରୀ କରନ୍ତି କି ମୁଣ୍ଡ ଗୁଞ୍ଜିବା ପାଇଁ ଘରବାରି ଜମି ପ୍ରଦାନ