ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାଲିଆ ସାହି ନଦୀରେ ଭାଷି ନିଖୋଜ ଥିବା ଭିମା ମଣ୍ଡଳ (47) ନାମକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ପ୍ରକାରେ ଦୁଇ ଦିନ ତଳେ ସନ୍ଧ୍ୟା ବେଳେ ଭାଲିଆ ସାହି ବାସିନ୍ଦା ଭିମା ମଣ୍ଡଳ ସୌଦା ଆଣିବା ପାଇଁ ଯାଇ ଉକ୍ତ ଭାଲିଆ ସାହି ନାଳରେ ଭାସି ଯାଇ ଥିବା ଅଭିଯୋଗ ହୋଇଥିଲା । ଗତ କାଲି ସ୍ଥାନୀୟ ପୁଲିସ ଏବଂ ଦମକଳ ବାହୀନିର ଯବାନମାନେ ଉକ୍ତ ନାଳରେ ବହୁ ଖୋଜା ଖୋଜି କରି କିଛି ପାଇ ପାରି ନଥିଲେ । ଆଜି ପୁଣୀ ବହୁ ଖୋଜା ଖୋଜି ପରେ ନାଳ ମୁହାଣରୁ ଶବକୁ ଠାବ କରି ଉଦ୍ଧାର କରିଛନ୍ତି । ଏ ନେଇ ରାୟଗଡ ପୁଲିସ ପକ୍ଷରୁ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ରହିଛି ।