ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ମନ୍ଥାର ପ୍ରଭାବ ଗୁମ୍ମା ବ୍ଲକର ଅନେକ ଗ୍ରାମରେ ଦେଖିବାକୁ ମିଳିଛି l ମନ୍ଥା ଦୁର୍ବଳ ହୋଇଥିଲେ ମଧ୍ୟ କିଛି ପ୍ରଭାବ ଛାଡ଼ି ଯାଇଛି l ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ଅଂଶୁମାନ କର(47)ଙ୍କ ଘର ଭୁଷୁଡ଼ି ଯାଇ ଥିବା ସୁଚନା ମିଳିଛି l ଟିଣ ଘର ମାଟି କାନ୍ଥ ହେଇଥିବା ଯୋଗୁଁ ଲଗାଣ ବର୍ଷାରେ ପାଣି କାନ୍ଥରେ ଜମି ଜମି କାନ୍ଥ ଭୁଷୁଡ଼ି ଯାଇଛି l ହେଲେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ l ଏହାକୁ ନେଇ ଅଂଶୁମାନ କର ରାଜସ୍ପ ନିରୀକ୍ଷକ ପାଖରେ ଘର ଭାଙ୍ଗିଯିବା ସମ୍ପର୍କରେ ଜଣାଇଛନ୍ତି l ରାଜସ୍ପ ନିରୀକ୍ଷକ ଓ ତହସିଲଦାର ଶରତ ଶବରଙ୍କୁ ଜଣାଇଲା ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଥମେ ପାଲ ଦେବା ବ୍ୟବସ୍ଥା କରାଯାଇଛି l ଘର ଭୁଷୁଡ଼ି ଯିବା ପରେ ପରିବାର ଲୋକେ ହନ୍ତସନ୍ତ ହୋଇ ଭାଙ୍ଗିପଡ଼ି ଥିବା କହିଛନ୍ତି l