ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ଓ ଗଣ ଦୌଡ଼ କାର୍ଯକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀକୁ ଓଡ଼ିଶା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି l ଏହି ଅବସରରେ ଆଇ ଆଇସି ବିଜୟ କୁମାର ହାଇବୂରୁଙ୍କ ନେତୃତ୍ୱ ଗଣ ଦୌଡ଼ ଓ ରଚନା ପତ୍ର ଲିଖନର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ଠାରୁ  ଗଣ ଦୌଡ଼ ଆରମ୍ଭ ହୋଇ ମୁଖ୍ୟ ବାଜାର ଦେଇ ଋଷିମାଳ ମହାବିଦ୍ୟାଳୟରେ ଶେଷ ହୋଇଥିଲା । ଏହି ଗଣ ଦୌଡ଼ରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ହରିହର ବେହେରା ଯୋଗ ଦେଇ ରାଷ୍ଟ୍ରୀୟ ଏକତା ପ୍ରସଙ୍ଗରେ ଉଦ୍ବୋଧନ ଦେଇଥିଲେ । ଏହା ପରେ ପ୍ରଭାତି ତାର ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ “ରାଷ୍ଟ୍ରୀୟ ଏକତାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ” ଶୀର୍ଷକ ଉପରେ ଏକ ରଚନା ପତ୍ର ଲିଖନର ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନ ପତ୍ର ଦେଇ ପୁରସ୍କୃତ କରାଯାଇ ଥିଲା । ଏହି ଗଣ ଦୌଡ଼ରେ ବ୍ରାହ୍ମଣୀଗାଁ ବନା ଞ୍ଚଳ ଅଧିକାରୀ ଶ୍ରୀ ବେହେରା, ବନ ରଖି ଯୋଗେଶ୍ଵର ଧାରୁଆ ସମେତ ସମସ୍ତ ବନ କର୍ମଚାରୀ, ଥାନା ପୁଲିସ୍ କର୍ମଚାରୀ, ସୁରକ୍ଷା କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।