ଭଞ୍ଜନଗର(ନିଲୁ ବିଷୋୟୀ): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଂପର୍କିତ ଆଲୋଚନା ଚକ୍ର ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ମୁଖ୍ୟ ବକ୍ତା ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡକ୍ଟର ଦିପକ କୁମାର ମିଶ୍ର, ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଆରକ୍ଷୀ ବିଭାଗର ଦୁଇ ଜଣ ପ୍ରମୁଖ ଅଧିକାରୀ ଏ.କେ ମଲ୍ଲିକ ଓ ଆର୍ତ୍ତତ୍ରାଣ ଦାନୀ ପ୍ରମୁଖ ମଞ୍ଚାସୀନ ରହି ସାଇବର ଅପରାଧ ସଂକ୍ରାନ୍ତୀୟ ନାନା ବିଷୟ ଉଦାହରଣ ସହ ଆଲୋଚନା କରିଥିଲେ ଓ ଏଥି ସମ୍ବନ୍ଧୀୟ ନାନା ସୁରକ୍ଷା ବାର୍ତ୍ତା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନର ବୈଷୟିକ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧ୍ୟାପକ ପି.ଦିପକ ରାଓ ଏବଂ ପ୍ରତିପାଦିକା ସ୍ବରୂପାରାଣୀ ବିଶ୍ବାଳ ଏହି ସାଇବର ଠକେଇ ସମ୍ବନ୍ଧୀୟ ନାନା ବିଷୟ ଆଲୋଚନା କରିବା ସହ କିପରି ଛାତ୍ରଛାତ୍ରୀମାନେ ଏଥିରୁ ସୁରକ୍ଷିତ ରହି ପାରିବେ ଆଲୋଚନା କରିଥିଲେ l ପରେ ଉପସ୍ଥିତ ସମସ୍ତେ ସାଇବର ସୁରକ୍ଷା ସମ୍ପର୍କୀୟ ସଚେତନତା ସୃଷ୍ଟି ପାଇଁ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମକୁ ଜୀବ ବିଜ୍ଞାନର ବରିଷ୍ଠ ପ୍ରତିପାଦକ ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିବା ବେଳେ ଆଲୋଚନା ଚକ୍ର ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସାଇବର ସୁରକ୍ଷା ସମ୍ବନ୍ଧୀୟ କୁଇଜ କାର୍ଯ୍ୟକ୍ରମ କରାଯିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଓଡିଆ ବିଭାଗ ଅଧ୍ୟାପକ ତଥା ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ତରଫରୁ ବହୁ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟାପକ ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟା ସିଂ, ସୋମନ୍ଦୁ ପଣ୍ଡା, ଭବାନୀ ଶଙ୍କର, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର, ଅଧ୍ୟାପିକା ଜୟଶ୍ରୀସେଠୀ, ସୁନିତା ଦଳବେହେରା, କିରଣ କଅଁର, ଭାରତୀ ବିଶ୍ବାଳ, କର୍ମଚାରୀ ସିମାଞ୍ଚଳ ବିଶ୍ଵାଳ, ପଦ୍ମଚରଣ ନାୟକ, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l