ବାତ୍ୟା ମୋନ୍ଥା ପ୍ରଭାବରେ କଳିଙ୍ଗିଆ ଘାଟିର ଭୁସ୍କଳନ ସ୍ଥାନରେ ଖସିପଡ଼ି ଥିବା ମାଟି ଓ ପଥରକୁ ହଟାଇବାକୁ ପ୍ରଶାସନର ପ୍ରୟାସ…
ଘୁ.ଉଦୟଗିରି(ଅନୁସନ୍ଧାନ ଭାରତ: କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଭୁସ୍ଖଳନ ସ୍ଥାନରେ ବାତ୍ୟା ମୋଁଥାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗତ ୪୫ ଦିନ ଧରି ନିର୍ମାଣ ହୋଇଥିବା କାମ କିଛି ଭୁଶୁଡି ଯାଇ ସେହି ସ୍ଥାନରେ ମାଟି ଅତଡ଼ା ଓ ପଥର ଗଦା ହୋଇଥିବାର ଦେଖିବାକୁ ମିଳିଛି l ଯାହାକି ଯାତାୟାତକୁ ନେଇ ଉପୁଜିଥିବା ଆଶାକୁ ପୁନର୍ବାର ଅନିଶ୍ଚିତତାକୁ ଠେଲି ଦେଇଛି । ସୂଚନା ଥାଉକି ଭୁସ୍ଖଳନକୁ ଦୀର୍ଘ ୪୫ ଦିନ ବିତିସାରିଥିଲେ ମଧ୍ୟ ଘାଟି ରାସ୍ତା ଦେଇ ଯାତାୟାତ ସ୍ୱାଭାବିକ ହୋଇପାରୁନି ତଥାପି ନିର୍ମାଣ କାମକୁ ତ୍ୱରାନ୍ୱିତ କରାଯାଉଥିବାବେଳେ ବାରମ୍ବାର ଲଗାଣ ବର୍ଷା ବାଧକ ସାଜୁଛି । ଏଣୁ ତୁରନ୍ତ ଆଧୁନିକ କାର୍ଯ୍ୟଶୈଳୀରେ କାମ ସାରିବା ନେଇ ଆସନ୍ତା ୩୧ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଡାକରା ଦେଇଛି କନ୍ଧମାଳ ସୁରକ୍ଷା ଅଭିଯାନ କମିଟି । ଏହା ସହ କନ୍ଧମାଳକୁ ଯୋଡ଼ୁଥିବା ସମସ୍ତ ଘାଟିର ପୁନରୁଦ୍ଧାର ଦାବି ମଧ୍ୟ ରଖିଛନ୍ତି । ଅନ୍ୟପଟେ ଘାଟି ରାସ୍ତା ନିର୍ମାଣରେ ବିଳମ୍ବ ନେଇ ମଧ୍ୟ ଦାବି ଜୋର ଧରୁଛି।
<span;>ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ ବିଭିନ ପନିପରିବା ଚାଷ ସହ ଧାନ ଫସଲ ନଷ୍ଟ ହୋଇ ଯାଇଛି । ସ୍ଥାନୀୟ ପ୍ରଶାସନ ତରଫରୁ ବିଭିନ ପଂଚାୟତରେ ୮ଟି ଏବଂ ଏନଏସି ତରଫରୁ ୨ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ଅଂଚଳରେ କୌଣସି ଅଘଟଣ ଘଟି ନଥିବା ସୂଚନା ମିଳିଛି ।