ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ରାୟଗଡ ଥାନା ଅଧିକାରୀଣି କମଳା ଚୌଧୁରୀ, ଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସବ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସେଠୀ, ଏ ଏସ ଆଇ, ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ସାଇବର ଠକେଇ କେମିତି ହୁଏ, କେମିତି କୌଶଳ କରି ସାଇବର ଠକ ମାନେ ଆମ ମାନଙ୍କ ଠାରୁ ଆମର କଷ୍ଠାର୍ଜିତ ସମ୍ପତିକୁ ଠକି ନେଇ ଯାଆନ୍ତି, ତାକୁ କଣ କରିଲେ ଆମେ ସେହି ଠକେଇରୁ ବଞ୍ଚି ପାରିବା ତାରି ଉପରେ ବିସ୍ତୃତ ଆଲୋଚନା କରିଥଲେ । ଏହି ସମୟରେ କଲେଜର ଅଧକ୍ଷ ଶଶିକାନ୍ତ ମହାପାତ୍ରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।