ନୂଆଗଡ(ଆକାଶ ଦାସ): ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ପଞ୍ଚାୟତ ସମିତିର ଏକାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ରାଜୀବ ଦୋରା, ଅଧ୍ୟକ୍ଷା ମାଳତି ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ ଉପସ୍ଥିତ ରହି ବୈଠକ ଆରମ୍ଭ କରିଥିଲେ । ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ ପୂର୍ବରୁ ହିଁ ଆରମ୍ବ ହୋଇଥିଲା ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା । ମୁଖ୍ୟତଃ ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ, ନେଟୱାର୍କ ଏବଂ ପରିବହନ ସମସ୍ୟା ଉପରେ ବିସ୍ତୃତ ଆଲୋଚନ କରାଯାଇଥିଲା । ଗତ ୨ ତାରିଖରେ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା, ପୋଲ, ଘର, ଫସଲ ନଷ୍ଟ ହୋଇଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବ ବୈଠକରେ ଜନପ୍ରତିନିଧିଙ୍କ ଦ୍ବାରା ଉପସ୍ଥାପନା କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପାନୀୟ ଜଳ, ବିଦ୍ୟୁତ, ପରିବହନ ବିଭାଗ, ନେଟୱାର୍କ ବିଭାଗର କର୍ମଚାରୀ ବୈଠକରେ କଣ କାର୍ଯ୍ୟ କରିଛନ୍ତି ଏବଂ ଅବଶିଷ୍ଟ କେଉଁ କରଣ ଯୋଗୁ ହୋଇ ପାରିନାହିଁ ବୈଠକରେ ସମସ୍ତଙ୍କ ସମୁଖରେ ଜଣାଇ ଥିଲେ । କେବେ ଓ କେତେଦିନ ମଧ୍ୟରେ ସମସ୍ୟା ଗୁଡିକର ସମାଧାନ କରାଯାଇ ପାରିବ ସେ ନେଇ ବିଭାଗୀୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ସାଂସଦ । ତେଣୁ ସମସ୍ୟାର ସମାଧାନ କରିବା ନିମନ୍ତେ ବିଭାଗୀୟ କର୍ମଚାରୀମାନେ କିଛି ନିର୍ଦ୍ଧିଷ୍ଟ ସମୟ ମାଗିଥିଲେ । ବୈଠକ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଗ୍ରାମ ସେବକ ଗଣ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପିଇଓ ନୃସିଂହ ଚରଣ ମିଶ୍ର ବୈଠକକୁ ପରିଚାଳନା କରି ଥିବା ବେଳେ ପେଶା ବ୍ଲକ ସଂଯାଯୋକ ଦାନ କ୍ରିତ ଛିଞ୍ଚାଣୀ ପରିଚାଳନାରେ ସହଯୋଗ କରିଥିଲେ ।