ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ଯୁବକ ଶୁକ୍ରବାର ଦିନ ରାତ୍ରୀରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ଉକ୍ତ ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣୀଗାଁ ସ୍ଥିତ ବାସୁଦେବ ପୁର ସାହିର ମୃତ ପିତା ଦୁଃଖିଶ୍ୟାମ ସିଂଙ୍କ ସାନ ପୁଅ ମହାଜନ(କୁଲୁ) ସିଂ ବୟସ ୧୯ l ସୂଚନା ପ୍ରକାରେ ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମହାଜନ କୌଣସି ଏକ କାମରେ ତାଙ୍କ ସାଙ୍ଗ ସହ ବ୍ରାହ୍ମଣୀଗାଁରୁ ଅଡବା ଅଭିମୁଖେ ଯାଉଥିବା ବେଳେ ପାଣିଗଣ୍ଡା ସବ ଷ୍ଟେସନ୍ ନିକଟ ଘାଟି ବୁଲାନ୍ତିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଅବସ୍ଥାରେ ପଡ଼ି ରହି ଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଏକ ଅଟୋରେ ପ୍ରଥମେ ଅଡବା ପ୍ରାଥମିକ ଚିକିତ୍ସାଳୟରେ ପହଞ୍ଚି ଥିଲେ l ସେଠାରେ ମେଡ଼ିକାଲ୍ ବନ୍ଦ ଥିବାରୁ ପୁଣି ମୋହନା ମେଡିକାଲରେ ଭର୍ତି କରିଥିଲେ | ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଗଭୀର ଆଘାତ ଥିବାହେତୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ l ୧୦୮ ଏମ୍ବୁଲାନ୍ସ ପହଞ୍ଚିବା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡ଼ାକ୍ତର ଘୋଷଣା କରିଥିଲେ । ଖବର ପାଇ ଅଡବା ଥାନା ଆଇ ଆଇ ସି ସୁଭ୍ରାନ୍ତ ପଣ୍ଡା ପୁଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମର ଶରୀର କୁ ଜବତ କରିବା ସହ ଥାନା କେଶ ନଂ ୧୫୬/୨୫ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।