ବନ୍ଧୁକ କାରଖାନା ଠାବ: ୧୨ ଦେଶି ବନ୍ଧୁକ ଜବତ ସହ ୨ ଗିରଫ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଅଡବା ଥାନା ଗlଲାପାଜୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୁଲିସ l ବନ୍ଧୁକ କାରଖାନା ଠାବ ସହ ୧୨ ଟି ଦେଶି ବନ୍ଧୁକ ଜବତ ହୋଇଛି l ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ଗlଲାପାଜୁ ଗାଁର ଘନଶ୍ୟାମ ପ୍ରଧାନ ଓ ଚିହୁରିପଦର ଗାଁର ହରିଶ୍ଚନ୍ଦ୍ର ମଲିକ l ଘନଶ୍ୟାମ ଗlଲାପାଜୁ ଗାଁ ନିକଟସ୍ଥ ଜଙ୍ଗଲରେ ଦେଶି ବନ୍ଧୁକ ତିଆରି କରି ବିକ୍ରି କରୁଥିଲା ବୋଲି ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା l ଗତକାଲି ମୋହନା ଥାନା ଚିହୁରିପଦର ଗାଁ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଗାଁର ହରିଶ୍ଚନ୍ଦ୍ର ୨ ଟି ଦେଶି ବନ୍ଧୁକ ଧରି ରାସ୍ତାରେ ଯାଉଥିଲା l ଏହି ସମୟରେ ପୁଲିସ ତାକୁ ଅଟକ ରଖି ତଦନ୍ତ କରିଥିଲା l ତଦନ୍ତ ପରେ ହରିଶ୍ଚନ୍ଦ୍ର ଗlଲାପlଜୁ ଗାଁର ଘନଶ୍ୟାମଙ୍କ ଠାରୁ ବନ୍ଧୁକ କିଣିଥିବା କହିଥିଲେ l ଏହାପରେ ପୁଲିସ ଗlଲାପାଜୁ ଗାଁରେ ଚଢ଼ାଉ କରି ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ଏସପି କହିଛନ୍ତି l