ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ୨ଜଣ ଯୁବକ ଠାରୁ ଦୁଇ ଦେଶୀ ବନ୍ଧୁକ ଜବତ କରିଛି । ଥାନା ଏସଆଇ ଲାଷ୍ମୀଧର ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ସୋରଦେବୀ ମନ୍ଦିର ନିକଟରେ ୨ଜଣ ଯୁବକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖି ସେମାନଙ୍କ ତଲାସୀ ନେଇଥିଲେ । ଉଭୟଙ୍କ ଠାରୁ ୨ଟି ବେଆଇନ ଦେଶୀ ନିର୍ମିତ ବନ୍ଧୁକ ଏବଂ ଗୋଟିଏ ଖାଲି କ୍ୟାଟ୍ରିଜ ଜବତ କରିଥିଲେ । ସେମାନେ ହେଲେ ସ୍ଥାନୀୟ ଭେଜିପୁଟର ଶଙ୍କର ସ୍ୱାଇଁ ଏବଂ କେନାଲ ସାହିର ପିଣ୍ଟୁ ସ୍ୱାଇଁ (୩୦)। ଜବତ ହୋଇଥିବା ବନ୍ଧୁକ ସମ୍ପର୍କରେ ଅଧିକ ପଚରାଉଚରା ପରେ ଏହି ବେଆଇନ ଅସ୍ତ୍ରଶସ୍ତ୍ର ଭେଜିପୁଟର ଦିବାକର ପଟ୍ଟନାୟକ ସେମାନଙ୍କୁ ଯୋଗାଇ ଥିବା କହିଥିଲେ । ବେଆଇନ ବନ୍ଧୁକ ଯୋଗାଣକାରୀ ଦିବାକର ପଟ୍ଟନାୟକଙ୍କୁ ମଧ୍ୟ ଏ ନେଇ ଗିରଫ କରାଯାଇଛି । କେସ ନଂ ୧୧୬୫/୨୫ରେ ଏକ ମାମଲା ରୁଜୁ କରି ସମସ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।