ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବାଇକ ଗ୍ୟାରେଜ…..

ଗୁମ୍ମା(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସାରିଏଲ୍ ଗମାଙ୍ଗଙ୍କ ବାଇକ୍ ଗ୍ୟାରେଜରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।  ଗ୍ରାମବାସୀ ତୁରନ୍ତ ଖବର ଦେବା ପରେ ଗୁମ୍ମା ଅଗ୍ନିଶ୍ରମ ବାହିନୀ ଅଫିସର୍ ଇନ୍ଚାର୍ଜ ଡି ଦୂର୍ଯ୍ୟ ରେଡ୍ଡୀ ଓ ଟିମ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଗ୍ୟାରେଜ ସମ୍ପୂର୍ଣ ଜଳି ଯାଇଥିଲା l ସୂଚନା ଅନୁସାରେ ରିଭର ମେସିନ୍, ଏୟାର ପମ୍ପ ମେସିନ୍, ହାଇଡ୍ରୋଲିକ ମେସିନ୍, ବାଇକ୍ ବ୍ୟାଟେରୀ ଚାର୍ଜର, ଡ୍ରିଲ୍ ମେସିନ୍, ୱେଲ୍ଡିଂ ମେସିନ୍ ଏବଂ ଗୋଟିଏ ବାଇକରେ  ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଥିବା  ଜଣା ପଡ଼ିଛି । ଗ୍ରାମବାସୀଙ୍କ କହିବା ଅନୁଯାଇ ଗୁମ୍ମା ବ୍ଲକ ପାହାଡ଼ିଆ ଅଞ୍ଚଳ  ବର୍ଷା ଦିନ ଗଛ ବଡ଼ି ଯିବା ଦ୍ୱାରା ତାରରେ ଗଛର ଶାଖା ଗୁଡ଼ାକ ଲାଗି ରହୁଛି l ଏଥି ପ୍ରତି ବିଦ୍ୟୁତ ବିଭାଗ ଧ୍ୟାନ ନ ଦେବା ଅଭିଯୋଗ ରହିଛି l  ସାରିଏଲ ଗମାଙ୍ଗ ବହୁତ କଷ୍ଟ ପରିଶ୍ରମ କରି ଏହି ଗ୍ୟାରେଜ କରିଥିଲେ l ଏହି ଗ୍ୟାରେଜ ଦ୍ୱାରା ନିଜ ପରିବାରର ଭରଣ ପୋଷଣ କରୁଥିଲେ l କିନ୍ତୁ ଏହି  ସର୍ଟ ସର୍କିଟ ଯୋଗୁଁ ଗ୍ୟାରେଜରେ ରହୁଥିବା ଯନ୍ତ୍ରପାତି ଗୁଡ଼ାକରେ  ନିଆଁ ଲାଗି ପ୍ରାୟ ତିନି, ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।