ରାସ୍ତା ଖରାପ ପାଇଁ ଗଡ଼ୁନି ସରକାରୀ ବସ, ଚାରଟି ପଞ୍ଚାୟତ ବାସି ହନ୍ତସନ୍ତ…

ଗୁମ୍ମା(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା  ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକକୁ ସଂଯୋଗ  କରୁଥିବା ହାଡୁଭଙ୍ଗୀ  ଠାରୁ ଗାଇବା ଗୁମ୍ମା  ରାସ୍ତା ଏବେ ମରଣଯନ୍ତା ପାଲଟିଛି l ସରକାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନତୀ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର କରୁଛନ୍ତି । ବିଶେଷ କରି ଗମନାଗମନ ଓ ପରିବହନକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । କିନ୍ତୁ  ହାଡୁଭାଙ୍ଗି ଓ ଗୁମ୍ମାକୁ ସଂଯୋଗ କରୁଥିବା ୨୫କିମି ରାସ୍ତା ମରଣ ଯନ୍ତା ପାଲଟିଛି l ଗତ ବର୍ଷ ଏହି ରାସ୍ତା ମରାମତି କରାଯାଇଛି  ସତ କିନ୍ତୁ ଏକ ବର୍ଷ ମଧ୍ୟ ସେହି ରାସ୍ତା  ରହିଲା ନାହିଁ ଗୋଟିଏ ବର୍ଷାରେ  ସବୁ ଭାସି ଯାଇଥିବା ଦେଖା ଦେଇଛି । ଏହି ରାସ୍ତା ପର୍ତ୍ତୃ ବିଭାଗ ଅଧୀନରେ ରହିଅଛି। ଗତବର୍ଷ ଏହି ରାସ୍ତା ମରାମତି କରିବାପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା  ଖର୍ଚ କରିଛନ୍ତି ହେଲେ ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷ ମଧ୍ୟ ରାସ୍ତା ତିଷ୍ଠି ରହିଲା ନାହିଁ ।  ଏଠି ଠିକାଦାରଙ୍କ ତ୍ରୁଟି ନା ବିଭାଗୀୟ ଯନ୍ତ୍ରୀଙ୍କ ତ୍ରୁଟି ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାସ୍ତାରେ ବଡ ବଡ ଖାଲ ହୋଇଥିବା ହେତୁ ମୁଖ୍ୟମନ୍ତ୍ରୀ ବସ ମଧ୍ୟ ଆଜକୁ 10 ହେଲା ଯାଇପାରୁନାହିଁ l ଯାହା ଫଳରେ ଗାଇବା, ପରିଡ଼ା, ବାଇଝାଲ ଓ ବୃଷବ ପଞ୍ଚାୟତର ଜନସାଧାରଣ ଗୁମ୍ମା ବ୍ଲକକୁ  ଆବଶ୍ୟକ କାର୍ଯ୍ୟ ଥିଲେ ମଧ୍ୟ ଯାଇପାରୁନାହାନ୍ତି ।  ମୁଖ୍ୟତ ଗାଇବା, ବାଇଝାଲ, ଵୃଷବ ଓ ପରିଡ଼ା ଏହି ଚାରଟି  ଗମନା ଗମନର କୌଣସି ପ୍ରକାର ସୁବିଧା ନାହିଁ l  ଗୋଟିଏ ସରକାରୀ ବସ ଆଉ ଗୋଟିଏ ବେସରକାରୀ ବସ ଚାଲୁଛି l ଫଳରେ ସ୍କୁଲକୁ ପାଠ ପଡ଼େଇବା  ବା ପାଇଁ ଆସୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଅଧିକ ସମସ୍ୟାର ସମୁଖୀନ କରିବାକୁ ପଡ଼ୁଛି l ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସକାଳୁ ଆସିଲେ ସନ୍ଧ୍ୟାରେ ଯିବା ବେଳେ କଷ୍ଟ ହଉଛି ସରକାରୀ ବସ ସମ୍ପର୍କରେ ଗୁମ୍ମା  ଓଏସଆରଟି ସି ସୁପରଭାଇଜରଙ୍କୁ ପଚାରିବାରୁ ଗୁମ୍ମା ଗାଇବା ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବା ଯୋଗୁଁ ଗାଡି ବାରମ୍ବାର ଖରାପ ହୋଇଯାଉଛି l ସେଥିପାଇଁ ଗାଡି ଯାଉନାହିଁ ବୋଲି ପ୍ରକାଶ କରିଛନ୍ତି । ହେଲେ ପର୍ତ୍ତୃ ବିଭାଗର ମୁଖ୍ୟଙ୍କୁ ଏସମ୍ପର୍କରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥବା ଅଭିଯୋଗ ଆସିଛି । ତେଣୁ ତୁରନ୍ତ ଏହି ରାସ୍ତାର ପୁନରନିର୍ମାଣ  କରିବା ପାଇଁ ସରପଞ୍ଚ ତିଷ୍ଣ ଭୂୟାଁ, ସରପଞ୍ଚ ନାହୁମ ଗମାଙ୍ଗ ଓ ବୁଲୁ ରଇତ, ବାସନ୍ତୀ ପାଣି ଓ ଅଜିତ ବେବାର୍ତ୍ତା, ଲୁଲୁ ଲିମା, ସୁରେ ପୂଜାରୀ, ମାନୁଏଲ ମାଛ ଅଭିଯୋଗ କରିଛନ୍ତି l