କନ୍ଧମାଳ ପୁଲିସ ତରଫରୁ ଧରାକୁଟ ପଞ୍ଚାୟତରେ ଜନ ସମ୍ପର୍କ ଶିବିର ସମେତ ନୂତନ 180/ବିଏସଏଫ କ୍ୟାମ୍ପ ସ୍ଥାପନ…

କୋଟଗଡ଼(ଦିପେନ୍ଦ୍ର ନାୟକ):  କନ୍ଧମାଳ ପୁଲିସ ତରଫରୁ କୋଟଗଡ ଥାନା ଧରାକୁଟ ପଂଚାୟତ ଠାରେ ନୂତନ  180/ ବିଏସଏଫ ଯବାନ କ୍ୟାମ୍ପ ସ୍ଥାପନ ସହିତ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଥିଲା l ଏହି ଆୟୋଜିତ କ୍ୟାମ୍ପର ମୂଳ ଲକ୍ଷ ମାଓବାଦୀଙ୍କ ଗତିଵିଧିକୁ ସମ୍ପୂର୍ଣ ରୂପେ ରୋକିବା ଓ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ କନ୍ଧମାଳ ପୁଲିସର ବଡ଼ ପ୍ରୟାସ l ଏନେଇ ଲୋକ ଏବଂ ପୁଲିସ ମଧ୍ୟ୍ୟରେ କିପରି ସୁସମ୍ପର୍କ ସ୍ଥାପନ ହେବ ଓ କନ୍ଧମାଳରେ ମାଓ ଦମନ ହେବ ସେ ନେଇ ଏହି କାର୍ଯ୍ୟକ୍ରମ କରାଯାଉ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l  ବାଲିଗୁଡା ଉପଖଣ୍ଡ ପୁଲିସ ଅଧିକାରୀ ରାମେନ୍ଦ୍ର ପ୍ରସାଦ କହିଛନ୍ତି ଯେ ଆମେ ସବୁବେଳେ ଲୋକମାନଙ୍କ ସୁରକ୍ଷାରେ ନିୟାଜିତ ଅଛୁ l ଆପଣମାନେ ଆମକୁ ସହଯୋଗର ହାତ ବଡାନ୍ତୁ l ଆମେ ଅଞ୍ଚଳରେ ମାଓବାଦୀ ଦମନ କରିପାରିବା ଓ ସୁରକ୍ଷିତ ରହିବା ବୋଲି କହିବା ସହ  180/ବିଏସଏଫ ବାଟାଲିୟନ କୋମାଣ୍ଡେଣ୍ଟ ସଞ୍ଜୟ ଦାସ କହିଛନ୍ତି ଏହି ଅଞ୍ଚଳକୁ ଆମେ ନକ୍ସଲ ମୁକ୍ତ ଅଞ୍ଚଳ କରିବା ପାଇଁ  ପ୍ରୟାସ କରୁଛୁ l ଆଜିର ଏହି କାର୍ଯ୍ୟକ୍ରମରେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉପସ୍ଥିତ ଜନସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ, ମା ମାନଙ୍କ ପାଇଁ ଶାଢ଼ୀ, ପୁରୁଷଙ୍କ ପାଇଁ କମ୍ବଳ, ଧୋତି, ଟିସାର୍ଟ, ଛାତ୍ରଛାତ୍ରୀଙ୍କ ପାଇଁ ଖାତା, କଲମ, ସ୍କୁଲ ବ୍ୟାଗ ପ୍ରଭୃତି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୋଟଗଡ ବ୍ଲକ ଅଧକ୍ଷା ପିଙ୍କି କହଁର,  ବିଏସଏଫ କୋମାଣ୍ଡେଣ୍ଟ ସଞ୍ଜୟ ଦାସ, ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ, ସ୍ଥାନୀୟ ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତଳନ କରି କ୍ୟାମ୍ପକୁ ଶୁଭାରମ୍ଭ କରିଥିଲେ l