କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା ପ୍ରକଳ୍ପ ଅଧିକାରି ସରକାରଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାକୁ କୋଟଗଡ ଗସ୍ତରେ ଆସି ଥିବା ବେଳେ ସମବାୟ ସମିତି ଯୋଗାଣ କେନ୍ଦ୍ର ଉପରେ ପରିଦର୍ଶନ କରି ଲୋକମାନଙ୍କ ସମସ୍ୟା ଉପରେ ବୁଝି ପୀଡ଼ିଏସ କେନ୍ଦ୍ରରେ ଲୋକଙ୍କ ପାଇଁ ଭଲ ପିଇବା ପାଣି ଯୋଗାଣ ହୋଇ ନ ଥିବା ନେଇ ଆଲୋଚନା କରିଥିଲେ l ଗରିବ ଓ ଖଟିଖିଆ ଲୋକମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଉଥିବା ମାଗଣା ପୀଡ଼ିଏସ ଚାଉଳ ନେବା ପାଇଁ ୧୦ ରୁ ୨୦ କିଲୋମିଟର ଦୂରରୁ ଆସି ଚାଉଳ ନେବା ପାଇଁ ଧାଡିରେ ରହି ଭୋକ ଶୋଷରେ ରହି ଘରକୁ ଫେରି ଥାନ୍ତି l ହେଲେ ପୀଡ଼ିଏସ ଦେଉଥିବା ଅଧିକାରୀ ମାନେ ଲୋକ ମାନଙ୍କ ଦୁଃଖ ବୁଝିନଥାନ୍ତି l କିନ୍ତୁ କୋଟଗଡ ଗସ୍ତ ଆସି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ବୁନାଥ ନନ୍ଦୀ ଆଜି ତାଗିଦ କରିଛନ୍ତି କି ପୀଡ଼ିଏସ ବଣ୍ଟନ କେନ୍ଦ୍ର ପାଖରେ ଆକୁଆ ଗାର୍ଡ ଲଗେଇ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇବାକୁ ନିର୍ଦ୍ଧେଶ ହେଇଛନ୍ତି l ଏହା ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କ ସହ ଆଲୋଚନା କରି ବ୍ଲକର ପୁରୁଣା କୋଠା ପୁନଃର ଉଦ୍ଧାର କରିବା ପାଇଁ ଏଇ ଓ ଜେଇଙ୍କ ସହିତ ଆଲୋଚନା କରି ପରିବେଶକୁ ସଫାସୁତୁରା କରି ରଖିବା ପାଇଁ କହିଥିଲେ l ଏହା ସହ ଧରାକୁଟ, ଓରା, ଯୁବାଗୁଡା ଓ ସୁବର୍ଣ୍ଣଗିରୀ ପଂଚାୟତ ଗୁଡିକର ପ୍ରକଳ୍ପ ଗୁଡିକ ପରିଦର୍ଶନ କରି ଲୁଦୁ ଜଳ ପ୍ରପାତର ଉନ୍ନତି ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରି ଆଗାମୀ ଦିନରେ ପର୍ଯ୍ୟଟନଙ୍କ ଭିଡ଼ କିପରି ବୃଦ୍ଧି ପାଇବା ସେ ସମ୍ପର୍କରେ ବିଡ଼ିଓ ଶୁଭକାନ୍ତ ନାୟକଙ୍କ ସହ ଆଲୋଚନା କରିଥିଲେ l