ଦୁର୍ଗମ ତାଯୁଙ୍ଗିଆ ଗ୍ରାମ ପଞ୍ଚାୟତରେ ୧୦୮ ବାଟାଲିୟନ ବିଏ ସ୍ ଏଫ୍ କ୍ୟାମ୍ପ ସ୍ଥାପନ, କନ୍ଧମାଳ ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୨୬ ମସିହା ଏପ୍ରିଲ୍ ମାସ ସୁଦ୍ଧା ଓଡ଼ିଶାକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ବିଏସଏଫ୍ ଯବାନମାନଙ୍କୁ ମୁତୟନ କରୁଥିବା ବେଳେ ନକ୍ସଲ ଗତିଧିକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଦୁର୍ଗମ ତାଯୁଙ୍ଗିଆ ପଞ୍ଚାୟତର କଲିଙ୍ଗି ଠାରେ ଶୁକ୍ରବାର ଦିନ ୧୮୦ ତମ ବାହିନୀ ବି ଏସ ଏଫ୍ ଦ୍ଵାରା ନୂତନ କ୍ୟାମ୍ପ ସ୍ଥାପନ କରଯାଇଛି । ଏହି ଅବସରରେ କନ୍ଧମାଳ ଏସପି ହରିଶ୍ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳ କରି କ୍ୟାମ୍ପର ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସପିଙ୍କ ସହ ୧୦୮ ବାଟାଲିୟନର ସେକେଣ୍ଡ କମାଣ୍ଡେଣ୍ଟ ସତ୍ୟେନ୍ଦ୍ର କୁମାର ପାଠକ ଉପସ୍ଥିତ ଥିଲେ । କନ୍ଧମାଳ ଏସପି ହରିଶ୍ ବିଶିଙ୍କ ତତ୍ତ୍ଵାବଧାନରେ ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିରର ଆୟୋଜନ କରାଯାଇ ମାଗଣା ସ୍ବାସ୍ଥ୍ୟ ଶିବିର ପରିଚାଳନା କରାଯାଇ ଥିଲା ବାଟାଲିୟନର ସିନିଅର ଡାକ୍ତର  ମହମ୍ମଦ ଧନିଶ ଓ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡଃ. ଅଭିଷେକ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ଉପସ୍ଥିତ ରହି ଲୋକଙ୍କ ଚିକିତ୍ସା କରିକରିବା ସହ ମାଗଣା ଔଷଧ ବଣ୍ଟନ କରାଯାଇ ଥିଲା । ଏହାପରେ ବୃଦ୍ଧ ବୃଦ୍ଧା ମାନଙ୍କୁ ୧୦୮ ବାଟାଲିୟନ ପକ୍ଷରୁ କମ୍ବଳ, ବିଧବା ମହିଳା ମାନଙ୍କୁ ଲୁଗା ଓ ସ୍କୁଲ ଛାତ୍ର ଛାତ୍ରୀମାନଙ୍କୁ କିଛି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । କନ୍ଧମାଳ ଏସପି ଓ ୧୦୮ ବାଟାଲିୟନର କମାଣ୍ଡେଣ୍ଟଙ୍କୁ ଗ୍ରାମର ଶରତ ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ସ୍ୱାଗତ ଗୀତ ଓ ପୁଷ୍ପ ଗୁଚ୍ଛ ଦେଇ ବାଜା ବଜାଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସମେତ ପୁଲିସ ବାହିନୀ ଗୃହରକ୍ଷୀ ଓ ସୁରକ୍ଷା କର୍ମୀ ସହଯୋଗ କରିଥିଲେ ।