ନିର୍ଧାରିତ ତାରିଖରେ ଜମିମପା ନହେବାରୁ ଆବେଦନକାରି କ୍ଷୋଭୋ…

ଧର୍ମଗଡ଼(ଭବାନୀ ଗହିର): ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚଯାତ ସର୍ଗିଗୁଡା ଗ୍ରାମର ସୁମିତ୍ରା ମାଝୀ ସ୍ୱାମୀ-ରୁକଧର ମାଝୀଙ୍କ ଡିମାରାକେସନ ହୋଇଥିବା ଜମିକୁ ମାପିବାକୁ ଆସି ବୃନ୍ଦାବହାଲ ରାଜସ୍ବ ନିରୀକ୍ଷକ ଫେରି ଯାଇଥିବାରୁ ଶ୍ରୀମତୀ ମାଝୀ ଓ ତାଙ୍କ ପରିବାର କ୍ଷ୍ୟୋଭ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟଯେ ସୁମିତ୍ରା ମାଝୀ ଗତ ଜୁନ ୨୦୨୫ରେ ନିଜ ଜମିକୁ ମାପିବା ପାଇଁ ଗୋଲାମୁଣ୍ଡା ତହସିଲରେ ଆବେଦନ କରିଥିଲେ l ଏନେଇ ଗୋଲାମୁଣ୍ଡା ତହସିଲଦାର ୯/୧୦/୨୦୨୫ରେ ମାପିବା ପାଇଁ ଧାର୍ଯ୍ୟକରି  ସର୍ଗିଗୁଡା ଗ୍ରାମବାସି, ଆବେଦନକାରି ଓ ଗୋଲାମୁଣ୍ଡା ଥାନାକୁ ବିଜ୍ଞପ୍ତି ଜାରି କରିଥିଲେ l ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ଦିନରେ ଆବେଦନ କାରି ଗ୍ରାମବାସି ଓ ଗୋଲାମୁଣ୍ଡା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l ହେଲେ ଜମିମାପ ହୋଇପାରି ନଥିଲା l ଫଳରେ ଆବେଦନକାରି ତହସିଲଦାରଙ୍କୁ ଆମେ ଏ ବିଷୟରେ ଜଣାଇବୁ ବୋଲି ପ୍ରତିକ୍ରିୟା ରଖିଥିଲେ l ଏସମ୍ପର୍କରେ ବୃନ୍ଦାବାହାଲ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ତାଙ୍କ ବିପକ୍ଷ ଏସ ଆର ପି ଅଫିସରେ ଦାଖଲ କରିଥିବାରୁ ନିୟମକୁ ଆଧାରକରି ଜମି ମପାଗଲା ନାହିଁ l ମୁଁ ନିଜେ ନିର୍ଦ୍ଧାରିତ ସ୍ଥଳକୁ ଯାଇ ଆବେଦନକାରୀଙ୍କୁ ବୁଝାଇଥିଲି ବୋଲି ପ୍ରକାଶ କରିଥିଲେ l