ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏସି ଅଛି ନାମକୁ ମାତ୍ର କାମକୁ ନୁହେଁ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟ ମେଡିକାଲରେ ରୋଗୀମାନଙ୍କ ପ୍ରତି ଘୋର ଅନ୍ୟାୟ ଚାଲୁଅଛି l ସ୍ୱାସ୍ଥ୍ୟ ଆଶାରେ ରୋଗିମାନେ ବିଭିନ୍ନ ଗ୍ରାମରୁ  ଜିଲ୍ଲା ମୁଖ୍ୟ   ଚିକିତ୍ସାଲୟକୁ ଆସୁ ଅଛନ୍ତି ସ୍ୱାସ୍ଥ୍ୟ ହେବା ଆଶାରେ l କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର  ଅଧିକାରୀ  ହଉକି ବା ଡାକ୍ତର  ନର୍ସମାନେ ରୋଗିମାନଙ୍କ ପ୍ରତି ଯେଉଁପ୍ରକାର ଦୁର୍ବ୍ୟବହାର କରାଯାଉଛି ତାହା ଅତି କଷ୍ଟକର ହେଉଛି l ଜନସାଧାରଣ ଯେଉଁ ଡାକ୍ତରଙ୍କୁ ଭଗବାନ ସଦୃଶ ଭାବୁଥିଲେ l ବର୍ତ୍ତମାନ ସେ ଭାବନା ଆଉ ରଗିମାନଙ୍କ ମନରେ ନାହିଁ l ଡାକ୍ତରମାନେ ନିଜ ନିଜ ବ୍ୟବସାୟୀରେ ଲିପ୍ତ ଅଛନ୍ତି l ସରକାରୀ ସ୍ୱାସ୍ଥ୍ୟ ସେବାରେ ଡାକ୍ତର ସକାଳୁ  କିଛି ସମୟ ଓ ସନ୍ଧ୍ୟାରେ  କିଛି ସମୟ  ବାକି ସବୁ ସମୟ ନିଜ କ୍ଲିନିକରେ ସମୟ ବିତାଉଛନ୍ତି l ରୋଗିମାନଙ୍କୁ ଯେଉଁ ବେଡ ଦିଆଯାଇଛି ସେଥିରେ ଏସି ଲାଗିଛି ସତ କିନ୍ତୁ ଏସିର ତାର ଲାଗିନାହିଁ l ଦିନ ଦିନ ମାସକୁ ମାସ ବିତିଯାଉଛି କିନ୍ତୁ ଏସି ଲାଗୁନାହିଁ l ଯାହା ପାଇଁ ରୋଗିମାନେ ହନ୍ତସନ୍ତ l କିନ୍ତୁ ସରକାରୀ ମେଡିକାଲରୁ  କୌଣସି ପ୍ରକାର ସୁବିଧା ଜଗାଇ ଦିଆ ଯାଉନାହିଁ l ଫଳରେ ରୋଗିମାନେ ନିଜେ ନିଜର ବ୍ୟବସ୍ତା କରୁଛନ୍ତି l ଏସି କେବଳ ନାମକୁ ଲାଗିଛି କିନ୍ତୁ କୌଣସି ପ୍ରକାର କାମରେ ଆସୁନାହିଁ l