ରା.ଉଦୟଗିରି(ଆକାଶ ଦାସ): ଲଗାଣ ବର୍ଷାରେ ଭାସି ଯାଇଥିବା କାର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗଜପତିଜିଲ୍ଲା ରା.ଉଦୟଗିରି କାଳିଆତୋଟା ଶ୍ମଶାନ ଘାଟ ନିକଟରୁ ଗାଡ଼ି ସହ ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ । ମୃତକ ଜଣକ ହେଲେ ରା.ଉଦୟଗିରିର ପ୍ରତାପ ପଣ୍ଡା । ରା.ଉଦୟଗିରି ଥାନା ତରଭା ଗ୍ରାମରେ ଥିବା ନିଜ ଦୋକାନରୁ ନିଜ ଘର ଆର.ଉଦୟଗିରି ଫେରୁଥିବା ବେଳେ ଭାସି ଯାଇଥିଲେ ପ୍ରତାପ । ତେବେ ଗ୍ରାମର ଶତାଧିକ ଲୋକ ଅନ୍ୟ ଏକ ଶବଦାହ ପାଇଁ ଶ୍ମସାନ ଘାଟ ଯାଇ ନଦୀରେ ଗାଧୋଉ ଥିବା ସମୟରେ କିଛି ଲୋକଙ୍କ ଗୋଡ଼ରେ ଗାଡିଟି ବାଜିବାରୁ ରା.ଉଦୟଗିରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମିଶି ଗାଡ଼ିଟି ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ରା.ଉଦୟଗିରି ପୁଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।