ବିଦ୍ୟୁତ୍ ଆଘାତରେ ଜଣେ ମୃତ ଜଣେ ଗୁରୁତର…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ମୁନ୍ତ ସାହି ଠାରେ ବିଦ୍ୟୁତ୍ ଆଘାତରେ ଜଣେ ମୃତ ଜଣେ ଗୁରୁତର  ହୋଇଥିବା ସୁଚନା ମେଲିଛି । ଗତକାଲି ମୁନ୍ତା ସାହିର ବାରିକ ଶବର (୪୩) ଓ ନଗେନ୍ଦ୍ର ଶବର  ବିଲକୁ ପାଣି ମାଡେଇବା ପାଇଁ ଯାଇଥିବା ବେଳେ ସେହି ବିଲ ଉପର ଦେଇ ଯାଉଥିବା ବିଦ୍ୟୁତ ଖୁଣ୍ଟ ନଇ ହୋଇ ରହିଥିଲା ଓ ବିଦ୍ୟୁତ ତାରକୁ ବାଉଁଶ ସାହାଯ୍ୟରେ ଟେକି ହୋଇ ରଖା ଯାଇଥିଲା ।  ବର୍ଷା ଯୋଗୁଁ   ବାଉଁଶ ଖୁଣ୍ଟରେ ପାଣି ଲାଗି ବିଦ୍ୟୁତ ଚାର୍ଜ ହୋଇ ଯାଇ ଥିବା ବେଳେ ସେହି ବାଉଁଶ ଖୁଣ୍ଟ ସ୍ଵଂସ୍ୱର୍ଶରେ ଆସି  ବାରିକ ଶବରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନଗେନ୍ଦ୍ର ଗୁରୁତର ଆହତ ହେଇ ଥିଲେ । ନଗେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ କୋଇଁପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ପାରଳା ଖେମୁଣ୍ଡି ମେଡ଼ିକାଲକୁ ପଠାଯାଇଥିବା ସରପଂଚ ହରିବନ୍ଧୁ କାର୍ଯି ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଗାରବନ୍ଧା ପୁଲିସ ପହଞ୍ଚି ବାରିକ ଶବରଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ବାରିକ ଶବରଙ୍କ ପରିବାରକୁ ରାୟଗଡ ବିଡ଼ିଓ ସନ୍ତୋଷ କୁମାର ବାରିକ ରେଡ କ୍ରସରୁ କୋଡ଼ିଏ ହାଜର ଟଙ୍କା ସହାୟତା କରିଥିଲେ ।