ରାୟଗଡ( ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ପଞ୍ଚାୟତର ପେକଟ ଗ୍ରାମରେ ଗତ ଦିନରେ ଲଗାଣ ବର୍ଷା ଯୋଗୁଁ ଭୁଷ୍କଳନ ଘଟିଥିଲା । ଯାହା ଦ୍ଵାରା ଉକ୍ତ ଗ୍ରାମର ବାପା ପୁଅ କାର୍ତ୍ତିକ ଶବର ଏବଂ ରାଜିବ ଶବରଙ୍କ ଭୁଷ୍କଳନ ଯୋଗୁଁ ମୃତ୍ୟୁ ବରଣ ହୋଇ ଯାଇଥିଲା । ଯାହା ଫଳରେ ଜିଲ୍ଲା ଅଧିକାରୀ ଅଗ୍ନିଶମ ଯବାନ, ଓଡ଼ରଫ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଦୁଇ ବାପା ପୁଅଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ଏହି ପରୀପ୍ରେକ୍ଷୀରେ ଆଜି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଉକ୍ତ ପେକଟ ଗ୍ରାମ ଘଟଣା ସ୍ଥଳରେ ପହଞ୍ଚି ଦୁଃଖି ପରିବାର ସହ ଆଲୋଚନା କରିଥିଲେ । ଏଥି ସହ ଉକ୍ତ ପରିବାରକୁ କିଛି ରାସନ୍ ସାମଗ୍ରୀ ସହ ଆର୍ଥିକ ରାଶି ସହାୟତା କରି ଆଶ୍ଵାସନା ପ୍ରଦାନ କରିଛନ୍ତି ।