ଗୁମ୍ମା(ପ୍ରବିଣ କୁମାର ଲିମା): ଆଧୁନିକ ଯୁଗରେ ପ୍ରତେକ ଲୋକମାନଙ୍କ ପାଖରେ ମୋବାଇଲ ଅଛି ଜନସାଧାରଣ ଅତି ଛୋଟ ଛୋଟ ବିଷୟ ମଧ୍ୟ ୱାଟ୍ସଅପ ଫେସବୁକରେ ଦେଖୁଛନ୍ତି ସେର କରୁଛନ୍ତି କିଛି ସମୟରେ ସେ ସବୁ ଘଟଣା ଗୁଡ଼ାକ ଚୋର୍ଚ୍ଚା ହେଉଛି l ଗାଁରୁ ସହର ପର୍ଯ୍ୟନ୍ତ ସେ ସବୁ ଘଟଣା ଦେଖିବାକୁ ମିଳୁଛି ଶୁଣିବାକୁ ମିଳୁଛି l କିନ୍ତୁ ପୋଲ ଭୁଷୁଡ଼ି ଦୀର୍ଘ ଚାରି ଦିନ ହେଲାଣି କୌଣସି ଅଧିକାରୀଙ୍କ ଦେଖାମିଳୁନ ଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ସରକାରଙ୍କ ପୂର୍ବ ସୂଚନା ଅନୁସାରେ ପ୍ରଶାସନକୁ ସଜାଗ ରହି ବିପନ୍ନକୁ ତ୍ୱରିତ ସହାୟତା କରିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତ ଆଶ୍ରୟଗଡ଼ ଓ ବୁରୁଡ଼ିଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡ଼ି କି ଚାରିଦିନ ହେଲାଣି ପ୍ରଶାସନ ଆଜି ପର୍ଯ୍ୟନ୍ତ ସେହି ପୋଲ ପାଖକୁ ପହଞ୍ଚି ନାହାନ୍ତି l ଗୁରୁବାର ଦିନ ବର୍ଷାରେ ଏହି ପୋଲ ଭୁଷୁଡ଼ି ଯିବା ଦ୍ୱାରା ଅନେକ ଗ୍ରାମକୁ ଯାତାୟାତରେ ବାଧା ସୃଷ୍ଟି କରିଛି l ଚାରୋଟି ପଞ୍ଚୟତ ବାସୀ ଏହି ପୋଲ ଉପରେ ନିର୍ଭର କରି ଯାତାୟାତ କରୁଥିଲେ l ପୋଲ ଭାଙ୍ଗି ଘଟଣାକୁ ଚାରିଦିନ ହେଲାଣି କିନ୍ତୁ ପ୍ରଶାସନ ସେହି କ୍ଷତିଗ୍ରସ୍ତ ଜାଗାକୁ ପହଞ୍ଚି ନାହାନ୍ତି । ଏହା ଗୁମ୍ମା ବ୍ଲକ ସଦରମାହକୁମା ଠାରୁ ମାତ୍ର ୩କି. ମିର ଦୂରତା ଅବସ୍ଥିତ l କିନ୍ତୁ କେମିତି ପ୍ରଶାସନ ଏହାକୁ ଅଣଦେଖା କରୁଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ପ୍ରଶାସନର ଅବହେଳା ଦେଖି ପାରଳା ବିଧାୟକ ଇଁ ରୁପେଶ ପାଣିଗ୍ରାହୀଙ୍କ ପାଖକୁ ଯାଇ ଦୁଃଖ ଜଣାଇ ଗ୍ରାମକୁ ଆସି ସେହି ପୋଲ ଏବଂ ଆଖପାଖର କ୍ଷୟ କ୍ଷତି ଆସି ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ବିଧାୟକ ତୁରନ୍ତ ଯାଇ ସେହି ଭାଙ୍ଗି ଯାଇଥିବା ପୋଲ ଦେଖି ସେହି ଜାଗାରୁ ହିଁ ପୂର୍ତ୍ତ ବିଭାଗ ଏବଂ ତହସିଲଦାରଙ୍କୁ ଫୋନ କରି ଜଣାଇଲେ ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଥିଲେ ।