ଦାରିଙ୍ଗବାଡି ର ଦୁଇ ଜୁଆଆଡ୍ଡା ଉପରେ ଚଡ଼ାଉ: ୩୧ ଜଣ ଗିରଫ ସହ ୭୫ହଜାର ଟଙ୍କା, ୮ଟି ମଟର ସାଇକେଲ ଓ ୨୪ଟି ମୋବାଇଲ ଜବତ….
ଦାରିଙ୍ଗବାଡ଼ି(ଆଶୋକ ସିଂ); କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଆଜି ଦୁଇ ଜୁଆ ଆଡ୍ଡା ଉପରେ ଚଡ଼ାଉ କରି ଦୁଇଟି ସ୍ଥାନରେ ଖେଳୁ ଥିବା ୩୧ ଜଣଙ୍କ ଠାରୁ ୭୫ହଜାର ୨୩୦ଟଙ୍କା, ୮ଟି ମଟର ସାଇକେଲ, ୨୪ଟି ମୋବାଇଲ ଜବତ କରିଥିବା ବାଲିଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ରାମେନ୍ଦ୍ର ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦେଶ କ୍ରମେ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଡ଼ାଉ କରି ବୁର୍ଜୁବାଡ଼ି ସ୍ଥିତ ପ୍ରମିଳା ମହାବିଦ୍ୟାଳୟ ନିକଟରେ ଖେଳୁ ଥିବା ୨୨ ଜଣଙ୍କ ଠାରୁ ୬୫ ହଜାର ୭୪୦ଟଙ୍କା ସହିତ ୧୮ ମୋବାଇଲ, ଗୋଟିଏ ମଟର ସାଇକେଲ ଜବତ କରିଥିଲା ବେଳେ ଅନ୍ୟ ଏକ ପ୍ରାଇଭେଟ ବସ୍ ଷ୍ଟାଣ୍ଡରୁ ୯ଜଣଙ୍କ ଠାରୁ ୮ହଜାର ୪୯୦ ଟଙ୍କା ସହିତ ୬ଟି ମୋବାଇଲ, ୭ଟି ମଟର ସାଇକେଲ ଜବତ କରି ସର୍ବ ମୋଟା ୭୫ହଜାର୨୩୦ ଟଙ୍କା ସହିତ ୮ଟି ମଟର ସାଇକେଲ, ୨୪ଟି ମୋବାଇଲ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ।