ଦାରିଙ୍ଗବାଡି(ଆଶୋକ ସିଂ): ବ୍ରହ୍ମପୁର ଧର୍ମ ପ୍ରଦେଶର କଟାମା ଧର୍ମାଞ୍ଚଳ ପକ୍ଷରୁ ୨୫ ବର୍ଷୀୟ ରୌପ୍ୟ ଜୟନ୍ତୀ ଧୁମ୍ ଧାମରେ ପାଳନ କରଯାଇଛି । ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋଜ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମ ପ୍ରଦେଶର ଧର୍ମାଧ୍ୟାକ୍ୟ ଡ଼.ଶରତ ଚନ୍ଦ୍ର ନାୟକ ଓ ସମ୍ବଲପୁର ଧର୍ମାଧ୍ୟକ୍ୟ ନିରଞ୍ଜନ ସ୍ୱାଲ୍ ସିଂ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭିକାର ଜେନେରାଲ ଯାଜକ ସମେତ ଶତାଧିକ ଯାଜକ ଓ ସେବାଭାଗ୍ନି ବୃନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ଧର୍ମାଧ୍ୟକ୍ଷ ଡ଼.ଶରତ ଚନ୍ଦ୍ର ନାୟକ ଓ ନିରଞ୍ଜନ ସ୍ଵାଲ୍ ସିଂ ଙ୍କ ପୌରହିତ୍ୟରେ ଏକ ମିଳିତ ଦିବ୍ୟଯଜ୍ଞର ଆୟୋଜନ କରାଯାଇଥିଲା । ଧର୍ମାଧ୍ୟାକ୍ଷ ଶ୍ରୀ ସ୍ଵାଳ ସିଂ ବାଇବଲରୁ ଯୀଶୁଙ୍କ ବାକ୍ୟ ପରିବେଷଣ କରିଥିଲେ ।
<span;>ଗ୍ରାମର ସଭାପତି ସୁଭବନ୍ତ ମନ୍ତ୍ରୀଙ୍କ ନେତୃତ୍ୱରେ ୪ଜଣ ଗୃପ୍ ବେହେରା ସୁରେଶ କୁମୁଟି ମାଝୀ, ସୁଧୀର ମାଳ ବିଶୋଇ, ଅନନ୍ତ ପରିଚ୍ଛା, ପ୍ରଫୁଲ୍ଲ ସଭାସୁନ୍ଦର ଓ ସମ୍ପାଦକ ପ୍ରତାପ ପରିଚ୍ଛା ଓ ପ୍ୟାରିସ କାଉନସିଲର ସଭ୍ୟ ସଭ୍ୟଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରଯାଇଥିବା ବେଳେ ପ୍ୟାରିସ ମୁଖ୍ୟ ଯାଜକ ମନୋଜ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରି ଥିଲେ l ଯାଜକ ମାର୍ଟିନ ସେବାସ୍ତିଆନ ପରିଛା ସଂଯୋଜନା କରିଥିଲେ । ମଦନ ମୋହନ ସ୍ୱାଳ ସିଂ ଓ ପ୍ରଫୁଲ୍ଲ ନାୟକ ରୌପ୍ୟ ଜୟନ୍ତର ବିବରଣୀ ପଠନ କରିଥିଲେ । ନୀତିନ ଓ ପରସଙ୍କ ସଙ୍ଗୀତ ଦଳ ଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଓଡ଼ିଶାର ସୁନାମ ଧନ୍ୟ ସୁସମାଚାର ଗାୟକ ଅମିତ୍ ପାଣିଙ୍କ ଦ୍ଵାରା ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇ ଥିଲା । ଗ୍ରାମର ସଭାପତି ଶୁଭବନ୍ତ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ସମାପନ୍ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇ ଥିବା ବେଳେ ଗଞ୍ଜାମ ଗଜପତି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ଶତାଧିକ ବିଶ୍ବାସୀ ଏହି କାର୍ଯ୍ୟକ୍ରମ ରେଯୋଗ ଦେଇଥିବା ଜଣା ପଡ଼ିଛି ।
Prev Post