କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଧରାକୋଟ ଫଚାୟତର ଭଣ୍ଡରୁ ଗାଁରେ ଘଟିଛି ଏକ ଅଭାବନିୟ ଘଟଣା । ସ୍ୱର୍ଗତ କୁପି ମଳିକଙ୍କ ଝିଅ ଶ୍ରୀକାନ୍ତି ମଳିକ ବୟସ ୧୬ ବର୍ଷ ନାମକ ଜଣେ ନାବାଳୀକାଙ୍କ ବଜ୍ରା ଘାତରେ ମୃତ୍ୟୁ ଘଟିଛି । ନାବାଳିକାଙ୍କୁ ବଗଡ଼କୁ ଯାଇ ଝୁଣୁଙ୍ଗ ଜଗିବା ହେଲା କାଳ । କିଏବା ଜାଣିଛି ମୃତ୍ୟୁ କାହାପାଖକୁ କେଉଁ ରୂପ ନେଇ ପହଞ୍ଚିବ l ଠିକି ସେହିପରି ଦିନ ପାଖାପାଖୂ ୩ ଘଣ୍ଟା ସମୟରେ ଘଡ଼ଗଡି ସହିତ ବର୍ଷା ଆସିବା ହେଲା କାଳ । ଝିଅ ଆସିବା ବିଳମ୍ବ ହେବାରୁ ଶ୍ରୀକାନ୍ତିଙ୍କ ମା ଦେଖୀବା ନିମନ୍ତେ ଭଗଡ଼କୁ ଯାଇ ଦେଖିଲା ବେଳେ ଝିଅଙ୍କ ମୃତ୍ୟୁ ଶରୀର କାଠ ଭାଡ଼ି ଉପରେ ପଡ଼ିଥିବା ଦେଖୀ ଗ୍ରାମ ବାସୀଙ୍କୁ ଜଣାଇଥିଲେ । ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ନାବାଳୀଙ୍କ ମୃତ୍ୟୁ ବଜ୍ରଆଘାତରେ ଘାଟି ଥିବା ସନ୍ଦେହ କରି କୋଟଗଡ ପୁଲିସକୁ ଖବର ଦେଇଥିଲେ । ଯାହାରୀ ଫଳରେ କୋଟଗଡ ପୁଲିସ ଘଟଣାସ୍ଥଳରେ ପହଂଚି ମୃତ୍ୟୁ ଶରୀରକୁ ବ୍ୟବସଛେଦ ନିମନ୍ତେ କୋଟଗଡ ମେଡିକାଲକୁ ଆଣିଥିଲେ ।