ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ସୁନାମ ଧନ୍ୟ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପିନାଥ ସ୍ୱାଇଙ୍କ ଭୋରୁ ସମୟରେ ୧୦୭ବର୍ଷ ବୟସରେ ପରଲୋକ ହୋଇଛି l ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶଯ୍ୟାସାୟୀ ଥିଲେ । <span;>ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ<span;> କୃଷ୍ଣଲୀଳା ମାଧ୍ୟମରେ ଜିଲ୍ଲା ଓ ରାଜ୍ୟରେ ବେଶ ସୁନାମ ଅର୍ଜନ କରିଥିଲେ। ପଦ୍ମଶ୍ରୀ ଗୋପିନାଥଙ୍କ ବିୟୋଗରେ ଗୋବିନ୍ଦପୁର ଗ୍ରାମ ସମେତ ଶେରଗଡ଼ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ହିଞ୍ଜିଳି ବିଧାୟକ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ଓ ଗଞ୍ଜାମ ଜିଲ୍ଲାପାଳ ଭି କ୍ରିତିଭାସନ , ଗଞ୍ଜାମ ଏସିପି, ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଗୋବିନ୍ଦପୁର ଗ୍ରାମ ଶାସନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ ହୋଇଥିଲା ।