ଘୁ.ଉଦୟଗିରି ନଗର ଓ ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଘୁ.ଉଦୟଗିରି(ନୀଳମାଧଵ ପ୍ରଧାନ): ଆଜି ଘୁ.ଉଦୟଗିରି ନଗର କଂଗ୍ରେସ ଓ ବ୍ଲକ କଂଗେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହରର ମୁଖ୍ୟ ଛକ ଅର୍ଥାତ ଗାନ୍ଧୀ ଛକ ଓ ହବାକ ଉଚ୍ଚ ବିଦ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ସ୍ମରଣ କରି ନିରବ ପାର୍ଥନା କରାଯିବା ସହ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦିଆଯାଇଥିଲା । ଏହା ପରେ ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗାନ୍ଧୀଙ୍କ ପ୍ରତିମୁର୍ତି ସହ ଥିବା ଅନ୍ୟାନ୍ୟ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିବନି ଉପରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ସଭାପତି ଗଗନ କୁମାର ପ୍ରଧାନ, ୮ ନମ୍ବର ୱାର୍ଡ କାଉନସିଲର ଯାକେଶ ପ୍ରଧାନ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ତଲାରିମହା ସମିତି ସଭ୍ୟ ଉମେଶ ପ୍ରଧାନଙ୍କ ସହ ବହୁ ବରିଷ୍ଠ କର୍ମୀ ରମାକାନ୍ତ ମହାପାତ୍ର, ଗୋପାଳ ପାତ୍ର, ଚିତ୍ତରଞ୍ଜନ ସାହୁ , ଥୋମାସ ପ୍ରଧାନ, ବରିଷ୍ଠ ନାଗରିକ ଅବଦୁଲ ବାରି , ଦେବେନ୍ଦ୍ର ନାୟକ, ପ୍ରତାପ ଚନ୍ଦ୍ର ପ୍ରଧାନ, ମୋହମଦ ମାଜିଦ, ଅନିଲ ପ୍ରଧାନ, ଛୋଟନ ପ୍ରଧାନ, ଯୁବ ନେତା ଶଶାନନ୍ଦ ପ୍ରଧାନ, ସଞ୍ଜୟ ଦିଗାଲ, ବିନାୟକ ପ୍ରଧାନ, ବାଲୁଙ୍କେଶ୍ୱର ମଲିକଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ।