ସରକାରୀ ଯୋଜନା ନ ପହଞ୍ଚିବା ଅଭିଯୋଗ ଆଣି୍ଲେ ଗ୍ରାମବାସୀ…

ମୋହନା( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଖlରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପୁର ଓ ଝରଣlପୁର ର ପ୍ରାୟ ୨୫ ଗୋଟି ପରିବାର ବସବାସ କରି ଆସୁଥିବା ଗ୍ରାମକୁ ଯିବା ପାଇଁ ରାସ୍ତା ଟିଏ ସୁଦ୍ଧା ନଥିବା ଅଭିଯୋଗ ଆସିଛି । ତେଣୁ ଗ୍ରାମ ବାସୀ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ପାହାଡ ପର୍ବତ ଘେରା ଏହି ଗ୍ରାମରେ ସେଥିଲାଗି କୌଣସି ସରକାରୀ ସହାୟତା ମଧ୍ୟ ଠିକରେ ଆସି ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । କେବଳ ଭୋଟ ବେଳେ ଅନେକ ସ୍ବପ୍ନ ଦେଖାନ୍ତି ରାଜନେତା, ହେଲେ ଲୋକଙ୍କ ସ୍ବପ୍ନ ସ୍ବପ୍ନରେ ରହିଯାଏ । ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଅଞ୍ଚଳ ପରିଦର୍ଶନରେ ଆସୁନଥିବା କହନ୍ତି ଅଞ୍ଚଳବାସୀ । ରାସ୍ତା ନଥାଇ  ଗମନାଗମନ ବାଧାପ୍ରାପ୍ତ ହୁଏ ଏବଂ ସ୍କୁ୍ଲ ଶିକ୍ଷାରେ ମଧ୍ୟ ଅନେକଙ୍କ ପୂର୍ଣ୍ଣଛ୍ଛେଦ ପଡେ ।  ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ପାଇବା ତ ନକହିବା ଭଲ । ଅନେକ ସମୟରେ ରୋଗୀ ହନ୍ତସନ୍ତ ହେବା ନଜିର ରହିଛି । ତେବେ ଗ୍ରାମବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ପରି ସମସ୍ୟା ଲାଗି ରହିଥିବାରୁ ସରକାର ଓ ପ୍ରଶାସନ ଏ ଗ୍ରାମକୁ ଦୃଷ୍ଟି ଦେବାକୁ ଦାବି ହୋଇଛି ।