କଳିଙ୍ଗା ଘାଟିରେ ଭୁସ୍କଳନ, ବାହ୍ୟଜଗତରୁ ବିଛିନ୍ନ କନ୍ଧମାଳ ଜିଲ୍ଲା..

ଅନୁସନ୍ଧାନ ଭାରତ(ବ୍ୟୁର): ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୁସ୍କଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ବସ, ଟ୍ରକ, କାର ଅଟକି ରହିଥିବା ବେଳେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ପଥର ମାଟି ଅତଡା ଖସିବା ଫଳରେ ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜମ ଜିଲ୍ଲାରୁ କନ୍ଧମାଳ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରକୁ ଯାତାୟତ ଠପ ହୋଇଯାଇଛି । ଏହି ରାସ୍ତାରେ ଯାତାୟାତ କେତେବେଳେ ସ୍ବାଭାବିକ ହେବ କହିବା ସମ୍ଭପର ନୁହେଁ l ପ୍ରବଳ ବର୍ଷା ଯୋଗୁଁ ଏହା ଅତ୍ଯନ୍ତ ବିପଦ ପୁର୍ଣ୍ଣ ହୋଇଛି l କାରଣ ଯେଉଁଭଳି ଭାବେ ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ରହିଛି ଏହି ସ୍ଥାନରୁ ମାଟି ପଥର କାଢ଼ିବା ବିପଦପୂର୍ଣ୍ଣ ରହିଥିବା ଏବଂ ସଂକୀର୍ଣ୍ଣ ରାସ୍ତା ପୁରା ମାଟି ପଥର ଭରି ହୋଇ ରହିଛି । ସୌଭାଗ୍ୟ ବଶତଃ କୌଣସି କ୍ଷୟ କ୍ଷତି ହୋଇନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।