ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ “ଏକ ପେଡ ମା କେ ନାମ୍ “କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରାହ୍ମଣୀଗାଁ(ଆଶୋକ ସିଂ): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ  ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତ୍ୱତାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ଅଞ୍ଚଳର ୮ ଗୋଟି ପଞ୍ଚାୟତରେ ୪୪୦୦  ବିଭିନ୍ନ କିସମର ଫଳ ବୃକ୍ଷ ଓ ମୁଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ  ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ଥିଲେ । ସମ୍ମାନିତ ଅତିଥି ଭାବେ  ବ୍ରାହ୍ମଣୀଗାଁ  ସରପଞ୍ଚ  ସଂଯୁକ୍ତା  ମଳିକ ଏବଂ ୱାର୍ଡ଼ ମେମ୍ବର୍‌ ଗୋବିନ୍ଦ ଚନ୍ଦ୍ର ବେହେର ଦଳାଇ, ସୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ଏବଂ   ବୃକ୍ଷ ରୋପଣ  କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରାହ୍ମଣୀଗାଁ  ବନପାଳ ଯୋଗେଶ୍ୱର ଧାରୁଆ, ଗଦାପୁର ଅତିରିକ୍ତ ବନପାଳ ସନ୍ତୋଷ କୁମାର ପଟ୍ଟନାୟକ, କାଟିଙ୍ଗିଆ ଅତିରିକ୍ତ ବନପାଳ ଆଶିଷ ପ୍ରଧାନ ପରିଚାଳନା କରିଥିଲେ ।  ବନରକ୍ଷୀ ଶ୍ରୀରାମ ପଣ୍ଡା, ସୋରଜ ପାତ୍ର , ଗୋପାଳ ସେଠୀ, ଲକ୍ଷ୍ମଣ ବିଶି ମାଝୀ ଏବଂ  ସମସ୍ତ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।