ଗଣେଶ ଭସାଣି ବେଳେ ଶେରଗଡ଼ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ l  ଗଣେଶ ଭସାଣି ସମୟରେ ଦୁଇ ଡିଜେ ଗାଡ଼ି ଉଭୟେ ଉଭୟକୁ ଧକ୍କା ଦବା ସହ ନିଜ ନିଜ  ଭିତରେ କମ୍ପିଟସନ୍ କରିଥିଲେ l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ  ଖୁବ ଜୋରରେ ଭାଇରଲ ହେଉଛି l ସୂଚନା ଅନୁସାରେ ଶେରଗଡ଼ ଭୁସୁଣ୍ଡା ଗ୍ରାମର ଦୁଇ ଗଣେଶ ମେଢ଼ର ଭସାଣି ଚାଲିଥିଲା l  ଗ୍ରାମ ପରିକ୍ରମା କରିବା ସମୟରେ ଯେତେବେଳେ ଦୁଇ ଗ୍ରୁପ୍ ଗୋଟିଏ ସ୍ଥାନରେ ମୁହାଁ ମୁହିଁ ହୋଇଥିଲେ ମେଢ଼ ରଖି ଡିଜେ ଲଢେ଼ଇ କରିଥିବା ଦେଖିବାକୁ ମିଳିଥିଲା I ଡିଜେ ଲଢେ଼ଇ ବେଳେ ଗୋଟିଏ ଡିଜେ ଗାଡ଼ି ଅନ୍ୟ ଏକ ଡିଜେ ଗାଡ଼ିକୁ ବାରମ୍ବାର ଧକ୍କା ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି I ଡିଜେ ଲଢେ଼ଇ ସମୟରେ  ଖୁବ୍ ଜୋରରେ ଶବ୍ଦ ପ୍ରଦୂଷଣ କରି ଗୀତ ବାଜଇ ନାଚ ଗୀତରେ ମାତାଲ ହୋଇଥିଲେ ଯୁବକମାନେ l  ତେବେ ଭିଡିଓ  ଭାଇରଲ ହେଉ ଥିଲେ ମଧ୍ୟ ଏଯାଏଁ ଶେରଗଡ଼ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ  l