ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଆଜି ରାୟଗଡ଼ ବ୍ଲକର ରାୟଗଡ଼ ଶିବମନ୍ଦିର ପ୍ରାଙ୍ଗଣଠାରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ମଣ୍ଡଳ ସଭାପତି ଶ୍ରୀସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ବିଜେପି ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଶୋଇ, ବରିଷ୍ଠ ବିଜେପି ନେତା ଗଣେଶ ବିଶୋଇ ଓ ସୁକୁଟା  ମଣ୍ଡଳ, ଶ୍ରୀନିବାସ ପାଇକ, ବିବେକାନନ୍ଦ ଶବର ଓ ସେବା ପକ୍ଷ କାର୍ଯ୍ୟକ୍ରମର ମଣ୍ଡଳ କୋଡିନେଟର ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ  ମଞ୍ଚାସିନ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ ତଥା ଏହି ସେପ୍ଟେମ୍ୱର ୧୭ ତାରିଖ ଠାରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟାବର ଦୁଇ  ତାରିଖ ଯାଏ ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମରେ ରାୟଗଡ ସଦର ମହକୁମାରେ ବ୍ଲକ, ମେଡିକାଲ, ମନ୍ଦୀର, ବିଦ୍ୟାଳୟ ଆଦି ଅନୁଷ୍ଠାନ ଗୁଡ଼ିକରେ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ସହ ମାଁଙ୍କ ନାମରେ ଗଛ ଟିଏ ଲଗାଇବା ପାଇଁ ସ୍ଥିର କରାଯାଇଛି । ସେହିଭଳି ପ୍ରତି ପଞ୍ଚାୟତରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳର ଉପସଭାପତି  ରବୀନ୍ଦ୍ର ରାଇପାତ୍ର, ଯୁବ ମୋର୍ଚ୍ଚା ସଭାପତି ସୁମନ ପ୍ରଧାନୀ ଓ ବହୁ ବିଜେପିର ବରିଷ୍ଠ, ଶ୍ରେଷ୍ଠ ଓ ବୟଜେଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତ ରହି ଏହି ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।