ବିଶୋପ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକଙ୍କ ଦେହାନ୍ତ, କୁମ୍ବାରକୁପା ଗ୍ରାମରେ ଖ୍ରୀଷ୍ଟିୟ ରୀତିନୀତିରେ ଶେଷ କୃତ୍ୟ ସମ୍ପର୍ଣ୍ଣ…
ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଅଞ୍ଚଳର ପ୍ରଥମ ବିଶପ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକଙ୍କ ୮୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ୧୨/୦୯/୨୦୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି l ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କୁମ୍ବାରକୁପରେ ଖ୍ରୀଷ୍ଟିୟ ରୀତିନୀତିରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି l ଏହି ଦୁଃଖ ଖବର ପ୍ରଚାରିତ ହେବା ପରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଓ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି l ବିଶୋପ ବାଞ୍ଛାନିଧି ନାୟକଙ୍କ ମର ଶରୀର ନିଜ ଗ୍ରାମରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସହ ଜିଲ୍ଲା ବାହାରୁ ବହୁ ସମ୍ପର୍କୀୟ ଓ ଅନୁଗାମୀ କୁମ୍ବାରକୁପା ଗ୍ରାମରେ ପହଞ୍ଚି ଶେଷ ଦର୍ଶନ କରି ଥିଲେ l ସେ ଏହି ଅଞ୍ଚଳରୁ ପ୍ରଥମ ଗ୍ରାଜୁଏଟ ଭାବେ କଟକ ସ୍ଥିତ ଖ୍ରାଇଷ୍ଟ କଲେଯିଏଟ ସ୍କୁଲରୁ ୧୯୬୨ ମସିହାରେ ମାଟ୍ରିକ ଓ ୧୯୬୬ ମସିହାରେ ଗ୍ରାଜୁଏଟ ଭାବେ କୃତିତ୍ୱ ଅର୍ଜନ କରିବା ପରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ଠାରେ ୧୯୬୭-୬୮ ମସିହାରେ ଶିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇ ଏକ ବର୍ଷ ଶିକ୍ଷାଦାନ କରି ଥିଲେ l କିନ୍ତୁ ବହୁତ ଦିନ ଶିକ୍ଷକକତା କାର୍ଯ୍ୟ କରିନ ଥିଲେ l ବିଶୋପ ବାଞ୍ଛାନିଧି ନାୟକ ପାରମାର୍ଥିକ ଶିକ୍ଷା ପାଇଁ ୧୯୬୭-୭୦ ମସିହାରେ କଲିକତା ସ୍ଥିତ ଶ୍ରୀରାମପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଜନ କରିବା ପାଇଁ ଯାଇ ବେଶ କୃତିତ୍ୱ ଅର୍ଜନ କରି ଓଡିଶା ଫେରି ଥିଲେ l ଓଡିଶା ଫେରି ଆସିବା ପରେ ଉତ୍ତର ଭାରତ ମଣ୍ଡଳୀ କଟକ ଧର୍ମା ଅଂଚଳ ଅଧୀନରେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ମିଶନାରୀ ଭାବେ କାର୍ଯ୍ୟରେ ଯୋଗ ଦେଇ ଥିଲେ ଓ ୧୯୯୮ ମସିହାରେ ନୂତନ ଭାବେ ଗଠିତ ଫୁଲବାଣୀ ଧର୍ମାଅଞ୍ଚଳ ପ୍ରଥମ ବିଶୋପ ଭାବେ ନିଯୁକ୍ତି ହୋଇ ଥିଲେ l ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଅର୍ଥାତ ବଲାଙ୍ଗୀର, ସମ୍ବଲପୁର ଇତ୍ୟାତି ଜିଲ୍ଲାରେ କଟକ ଧର୍ମା ଅଂଚଳ ଅଧୀନରେ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ଫୁଲବାଣୀ ଧର୍ମାଅଞ୍ଚଳର ପ୍ରଥମ ବିଶୋପ ଭାବେ ନିଯୁକ୍ତି ହୋଇ କାର୍ଯ୍ୟାଭାର ଗ୍ରହଣ କରିଥିଲେ l ଏହା ପରେ ଗସପେଲ ଫର ଏସିଆରେ ଉଚ୍ଚ ପଦବୀରେ ନିଯୁକ୍ତି ପାଇବା ପରେ ଶେଷରେ କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଗଠିତ ଟ୍ରାଇବାଲ ଡାୟୋଶିଷରେ ମଧ୍ୟ ବିଶୋପ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ l ତାଙ୍କର କାର୍ଯ୍ୟକାଳ ସମୟରେ ଫୁଲବାଣୀ ଧର୍ମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବହୁ ବିକାଶ ମୁଳକ କାର୍ଯ୍ୟ ହୋଇ ଥିଲା l