ପୁଲିସ ପଞ୍ଝାରେ ଯୁବତୀ: ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୁଲିସ, ୮ କେଜି ୩୫୦ଗ୍ରାମ ଗଞ୍ଜେଇ ଜବତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ କାରୀ ଯୁବତୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ସୂଚନା ଅନୁଯାୟୀ ମେରାମହା ଛକରେ ଏକ ଯୁବତୀ ବସ ଅପେକ୍ଷାରେ ଥିଲେ l କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରି ଯୁବତୀଙ୍କ ବ୍ୟାଗ୍ ତଲାସି କରିଥିଲେ l ଉକ୍ତ ବ୍ୟାଗରୁ ୮କେଜି ୩୫୦ଗ୍ରାମ ଗଞ୍ଜେଇ ବାହାରି ଥିଲା । ଯୁବତୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳ ଆଲିଗଣ୍ଡା ଗ୍ରାମର ସୋଫିଆ ସେନାପତି(୨୦) । ତେବେ ଉକ୍ତ ଗଞ୍ଜେଇକୁ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁଙ୍କ ଉପସ୍ଥିତିରେ ଓଜନ ମାପ କରି ସିଲ କରାଯାଇ ଥିବା ବେଳେ ଥାନା କେଶ ନଂ ୯୧/୨୫ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଉପ ଆରକ୍ଷୀ ଅଧିକାରୀ ଶ୍ରୀ ସୁବୁଦ୍ଧି ସୂଚନା ଦେଇଛନ୍ତି ।