ପାରଳାଖେମଣ୍ଡି(ପ୍ରବୀଣ କୁମାର ଲିମା): ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ଼ କରୁଛି ଗଜପତି ଜିଲ୍ଲା କଂଗ୍ରେସ । ଶନିବାର ଦିନ ଖଜୁରିପଦା ହନୁମାନ ମନ୍ଦିର ପାଖର ଟାଉନ୍ ହଲ୍ ଠାରେ ମୋହନା ଏମଏଲଏ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଅଧ୍ୟକ୍ଷତାରେ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଛି । ତୃଣ ମୂଳ ସ୍ତରରୁ ଦଳକୁ ଅଧିକା ସୂଦୃଢ଼ କରାଯିବା ସହ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଲକ୍ଷ ସ୍ଥଳରେରେ ପହଞ୍ଚିବ ତେଣୁ ସମନ୍ନୟ ରକ୍ଷା କରି କାର୍ଯ୍ୟ କରିବାକୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଏନ୍ ରଘୁ ବିର ରେଡ୍ଡୀ ମତ ବ୍ୟକ୍ତ ପ୍ରଦାନ କରିଥିଲେ । ଏହା ସହ ରାଜ୍ୟର ରାଜନୀତି ସ୍ଥିତି ଓ ଦଳର ଆଗାମୀ ପଦକ୍ଷେପ ସହ କେତକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲାଚନା ହେବା ସହ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ କଂଗ୍ରେସ କର୍ମୀମାନଙ୍କ ଠାରୁ ମତାମତ ନିଯାଇଥିଲା । ଏହି ବୈଠକରେ ମୋହନା ଏମଏଲଏ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆନ୍ଧ୍ରପ୍ରଦେଶର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ଏନ୍ ରଘୁ ବୀର ରେଡ୍ଡୀ, କୃଷ୍ଣ ଚନ୍ଦ୍ର ପତି, ପିସିସି ପର୍ଯ୍ୟବେକ୍ଷକ, ଆନ୍ଧ୍ର ପ୍ରଦେଶରୁ ରାମ କୃଷ୍ଣ, ପୂର୍ବତନ ଏମଏଲଏ ଚିନ୍ମୟ ବେହେରା, ପାରଳାଖେମୁଣ୍ଡିରୁ ମାଝୀ ବାବୁ, ମିନ ମଣ୍ଡଳ, ସିଦ୍ଧାନ୍ତ ପ୍ରଧାନ, ସମ୍ବଲପୁରରୁ ଶ୍ରୀ ଯିଶାୟ ଗମାଙ୍ଗ ଏବଂ ନୂଆଗଡ ବ୍ଲକରୁ ସହ ସହ କଂଗେସ କର୍ମୀ ଉପସ୍ଥିତ ଥିଲେ ।