ସରକାର ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ ରାସ୍ତା ମରାମତି କଲେ ଅଞ୍ଚଳ ବାସି…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ସ୍ୱାଧୀନତାର 8 ଦଶନ୍ଧି ପରେ ବି  ମୌଳିକ ସୁବିଧାରୁ ବଞ୍ଚିତ ଅଂଚଳ ବାସି l ସରକାର କିଅବା ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟ କରି କାଦୁଅ ପଚ ପଚ ରାସ୍ତାକୁ ମରାମତି କଲେ ଅଞ୍ଚଳ ବାସି  l ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଂଚାୟତର ବୁରୁଡ଼ା ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା  l ଯାହାକି ପାଖାପାଖି  20ରୁ ଅଧିକ ଗ୍ରାମ ଏହି  ରାସ୍ତା ଉପରେ ନିର୍ଭର କରିଥାନ୍ତି l 5ଟୀ ପଞ୍ଚାୟତର ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ କଲେଜ ଯିବା ଆସିବା କରନ୍ତି l ଗୁମ୍ମା ବ୍ଲକର ପ୍ରାୟ ଏହି ରାସ୍ତା ଦେଇ ସ୍କୁଲ, କଲେଜ, ହସ୍ପିଟାଲ ଓ ନୀତି ଦିନର ବଜାରକୁ  ସବୁଦିନ ଯିବା ଆସିବା କରିଥାନ୍ତି l ଅନେକ ଥର ପ୍ରଶାସନ ଅଧିକାରୀମାନଙ୍କୁ  ଅଭିଯୋଗ  ପରେ  ବି କୌଣସି ସୁଫଳ ନ ମିଳିବାରୁ ଶେଷରେ  ଗୁମ୍ମା ବ୍ଲକର କେତେକ ଗ୍ରାମର ଲୋକମାନେ ଓ କାଶିନଗର ବ୍ଲକ କେତେକ ଗ୍ରାମର ଲୋକମାନେ କିଛି କିଛି ଚାନ୍ଦା କରି ନିଜସ୍ୱ ଅର୍ଥ ଆଦାୟ କରି ରାସ୍ତlରେ ଟ୍ରାକ୍ଟର ମାଧ୍ୟ୍ୟମରେ ମାଟି ପକାଇ ରାସ୍ତା ମରାମତି କରିଛନ୍ତି l ଉଭୟ ବ୍ଲକର ଅଞ୍ଚଳ ବାସିଙ୍କ  କହିବା ଅନୁଯାଇ ଦୀର୍ଘ ବର୍ଷ ବର୍ଷ ଧରି ଏହି ରାସ୍ତା କାମ ହେଇପାରୁନାହିଁ l ସରକାରଙ୍କୁ ଆମେ ଅଞ୍ଚଳ ବାସି ଅନୁରୋଧ କରିଛୁ l ଏହି ରାସ୍ତା ଯଥାଶୀଘ୍ର ହେଲେ ଆମେ ସରକାର ପାଖରେ ଚିର ଉପକୃତ ହେବୁ l ଯଦି ରାସ୍ତା କାମରେ କୌଣସି ପ୍ରକାର ଅବହେଳା ହେଲେ ଆମେ ଗୁମ୍ମା ବ୍ଲକ ଓ କାଶୀନଗର  ବ୍ଲକର ଆଦିବାସୀ ଭାଇମାନେ  ଆଗାମୀ  ଇଲେକ୍ସନରେ ଭୋଟ ବର୍ଜନ କରିବୁ ବୋଲି ୱର୍ଡ ମେମ୍ବର ଗୁସାରୁ ରଇତ, ଆୟୁବ ଗମାଙ୍ଗ, ଆନ୍ଦ୍ରିୟ ଗମାଙ୍ଗ, ଇସ୍ମାଇଲ ଭୂୟାଁ, ପୂର୍ବତନ ସମିତି ସଭ୍ୟା ଜେଷ୍ଟ ଗମାଙ୍ଗ, ଉବେଦ ଗମାଙ୍ଗ ଓ ରାଇଶା ଭୂୟାଁ  କହିଛନ୍ତି l