“ବଜ୍ରପାତ ପ୍ରତି ସାବଧାନତା ଏବଂ ସାପ କାମୁଡା ପ୍ରତି ସାବଧାନ ” ଉପରେ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜରୁରୀକାଳିନ ବିଭାଗ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ “ବଜ୍ରପାତ ପ୍ରତି ସାବଧାନତା ଏବଂ ସାପ କାମୁଜା ପ୍ରତି ସାବଧାନ” ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୩ ତରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ କନ୍ଧମାଳ ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘ ମାଧ୍ଯମରେ ପଞ୍ଜୀକୃତ ଜଳାକାର ମାନଙ୍କୁ ନେଇ (ପାଲା, ଆଦୀବାସି ନୃତ୍ୟ, ଦଣ୍ଡ ନୃତ୍ୟ, ଖଞ୍ଜଣୀ ନୃତ୍ୟ, ସଂକୀର୍ଜନ, ଭଜନ ସମ୍ପଦା) ନେଇ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ କରିବାକୁ ନିର୍ଦ୍ଧେଶ ରହିଛି । ଏହି ଅବସରରେ ଦାରିଙ୍ଗବାଡି ବ୍ଲକର ହିମଗିରି କଳା ସଂସଦ ପକ୍ଷରୁ ସୋମବାର ଦିନ ଗଦାପୁର ଓ ବ୍ରାହ୍ମଣୀଗାଁ ପଞ୍ଚାୟତରେ ପଥପ୍ରାନ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିମଗିରି କଳା ସଂସଦର ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଶରତ ଚନ୍ଦ୍ର ସାହୁ, କଳାକାର କୃଷ୍ଣ ଦାସ, ପାଣ୍ତବ ନାୟକ, ଦିଲ୍ଲୀପ ସାହୁ, ପାପୁଲ ଦିଗାଲ, ରେଶ୍ମା ପ୍ରଧାନ ଏକ ପଥ ପ୍ରାନ୍ତ ନାଟକ ଜରିଆରେ ବଜ୍ରପାତ ଓ ସାପ କାମୁଡା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ  ହେଲେ ତାହାର କିପରି ମୁକାବିଲା କରିବେ ଏବଂ ତୁରନ୍ତ ସରକାରୀ ଡ଼ାକ୍ତର ଖାନାକୁ ପହଞ୍ଚାଇବେ, ସରକାରୀ ଚିକିତ୍ସାଳୟରେ ମାଗଣା ଔଷଧ ଓ ଚିକିତ୍ସା ବ୍ୟବସ୍ଥା ରହିଛି । ଦୈବାଦ ଚିକିତ୍ସା ଧୀନ ଅଵସ୍ଥାରେ କାହାର ମୃତ୍ୟୁ ଘଟେ ତେବେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ପରିବାର ଲୋକଙ୍କୁ ୪ଲକ୍ଷ୍ୟ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ବ୍ୟବସ୍ଥା ରହିଛି । ଏଣୁ ସପକାମୁଡ଼ା ଓ ବିଜୁଳି ଘଡ଼ଘଡ଼ି ପ୍ରତି ସାବଧାନ ରହିବାକୁ ସଚେତନା ଜାଗ୍ରତ କରାଯାଇ ଥିଲା, ସୋମବାର ହାଟ ଦିନ ଥିବାରୁ ଉକ୍ତ ପଥ ପ୍ରାନ୍ତ ନାଟକ ଦେଖିବାକୁ ବେଶ ଭିଡ଼ ଜମି ଥିବା ଦେଖିବାକୁ ମିଳିଛି ।